ସ୍ୱାସ୍ଥ୍ୟକୁ ନଷ୍ଟ କରେ ଆମର କିଛି ଦୈନନ୍ଦିନ କୁଅଭ୍ୟାସ
ଭୁବନେଶ୍ୱର: ଅଗଷ୍ଟ ୯: ଆଧୁନିକ ଜୀବନଶୈଳୀରେ ଆମର କେତେ ନିତିଦିନିଆ ଅଭ୍ୟାସ ରହିଛି, ଯାହାକୁ ଆମେ ପ୍ରାୟତଃ କାର୍ଯ୍ୟକାରୀ କରୁଥାଉ । କିନ୍ତୁ ଆମେ ଜାଣିନଥାଉ ଯେ ଆମର ଏପରି କିଛି ଅଭ୍ୟାସ ଆମ ଅଜାଣତରେ ଆମ ଶରୀରକୁ ସୁଫଳ ଦେବା ପରିବର୍ତ୍ତେ ଆମ ଶରୀରକ କ୍ଷତି ପହୁଞ୍ଚାଇଥାଏ । ଧିରେ ଧିରେ ଆମ ଶରୀର ଅସୁସ୍ଥ ହୋଇଥାଏ । ‘ହେଲ୍ଥ କେୟାର’ କମ୍ପାନୀର ପ୍ରତିଷ୍ଠାତା ନେହା ମିତଲ ସେହି କୁଅଭ୍ୟାସ ବିଷୟର ବ୍ୟାଖ୍ୟା କରିବା ସହିତ ସ୍ୱାସ୍ଥ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ସତର୍କ କରାଇଛନ୍ତି ।
ଅସମୟରେ ଶୋଇବା- ବ୍ୟସ୍ତତମ ଜୀବନରେ ସବୁ କାର୍ଯ୍ୟ ଶେଷ କରି ରାତ୍ରିରେ ଶୋଇବା ସମୟକୁ ଆମେ ଅନେମ ସମୟରେ ଅଣଦେଖା କରିଥାଉ, ଯାହା ଆମ ଶରୀର ଏବଂ ମାନସିକ ଉପରେ ପ୍ରଭାବ ପକାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଅତି କମ୍ରେ ଆମକୁ ୬ ଘଣ୍ଟା ଶୋଇବା ଦରକାର । ଅସମୟରେ ଶୋଇବା ଦ୍ୱାରା ଆମ ଶରୀରର ପ୍ର୍ରତିରକ୍ଷା ପ୍ରଣାଳୀ, ଶ୍ୱାସକ୍ରିୟା ଓ ହଜମ ପ୍ରକ୍ରିୟା ନକାରତ୍ମକ ଭାବେ ପ୍ରଭାବିତ ହୋଇଥାଏ ।
ଅଧିକ ପ୍ରୋଟନ ଯୁକ୍ତ ଖାଦ୍ୟ ଖାଇବା- ପ୍ରୋଟିନରେ ଭରପୂର ଖାଦ୍ୟ ଯେପରି, ପନିର, ଚିଜ୍ ଓ ମାଂସର ଅତ୍ୟଧିକ ସେବନ ଶରୀରରେ ରୋଗ ବୃଦ୍ଧି କରେ । ଏହି ସବୁ ଖାଦ୍ୟ ଅତ୍ୟଧିକ ଗ୍ରହଣ କରିବା ଦ୍ୱାରା ଆମ ଶରୀରରେ ଆଇଜିଏଫ୍-୧ ନାମକ ହରମୋନ କ୍ଷରଣ ହୁଏ । ଯାହା ଶରୀରକୁ ମୋଟା କରିବା ସହିତ କକର୍ଟ ରୋଗ ସୃଷ୍ଟି ପାଇଁ ଦାୟୀ ହୋଇଥାଏ । ଏଣୁ ଆମେ ଆବଶ୍ୟକ ପରିମାଣର ସବୁଜ ପନିପରିବା ପ୍ରତ୍ୟହ ଖାଇବା ଉଚିତ ।
ଦୀର୍ଘ ସମୟ ବସିବା- ଅଫିସ୍ରେ କାର୍ଯ୍ୟ କରିବା ସମୟରେ ଆଜିର ଯୁବପିଢ଼ି ଦୀର୍ଘ ଘଣ୍ଟା ବସିଥାନ୍ତି । ଦୀର୍ଘ ସମୟ ବସି କାର୍ଯ୍ୟ କରିବା କିମ୍ବା ଡ୍ରାଇଭିଂ କରିବା ଦ୍ୱାରା ଫୁସ୍ଫୁସ୍, ସ୍ତନ ଏବଂ କୋଲନ୍ ବିଶେଷ ପ୍ରଭାବିତ ହୋଇଥାଏ । ଏହିପରିକି କର୍କଟ ରୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଦୀର୍ଘ ସମୟ ଧରି ବସିବା ଦ୍ୱାରା ମେରୁଦଣ୍ଡ ଉପରେ ପ୍ରଭାବ ପଡ଼ିଥାଏ । ଫଳରେ ବୟସ ବଢ଼ିବା ସହିତ ମେରୁଦଣ୍ଡ ସମସ୍ୟା ବଢ଼ିଥାଏ । ଏଣୁ ବସି କାର୍ଯ୍ୟ କରିବା ସମୟରେ ପ୍ରତି ଦୁଇ ଘଣ୍ଟାରେ ଥରେ ଚଲାବୁଲା କରିବା ଦରକାର ।
ଏକୁଟିଆ ରହିବା-ଦୈନିକ ଜୀବନରେ କିଛି ଲୋକ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି । ନେହା ମିତଲଙ୍କ କହିବା ଅନୁସାରେ ଏକୁଟିଆ ରହିଲେ ହୃଦ୍ଘାତ ହୋଇଥାଏ । ଏହା ବ୍ୟତୀତ ଅତିରିକ୍ତ ରୋଗ ଯେପରି, ଚିନ୍ତା ବଢ଼ିବା ଓ ଭାବପ୍ରବଣତା ଆଦି ବଢ଼ିଥାଏ । ଏପରିକି ଏକୁଟିଆପଣ ନିଶାକୁ ଜୀବନରେ ଆମନ୍ତ୍ରଣ କରିଥାଏ । ତେଣୁ ଭଲ ବନ୍ଧୁ ସୃଷ୍ଟି କରି ସେମାନଙ୍କ ସହ କିଛି ସମୟ ବ୍ୟତୀତ କରିବା ଆବଶ୍ୟକ ।
ସୂର୍ଯ୍ୟ କିରଣ ଗ୍ରହଣ କରନ୍ତୁ-ଖରାରେ ଗଲା ସମୟରେ ଚର୍ମ କଳା ପଡ଼ିଯିବା ଭୟରେ ଆମେ ଘରୁ ବହାରିନଥାନ୍ତି । କିମ୍ବା ଛାଇ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ଏହା ଶରୀର ଉପରେ କୁପ୍ରଭାବ ପକାଏ । ସବୁବେଳେ ଛାଇରେ ରହିବା ଅପେକ୍ଷା କିଛି ସମୟ ଖରାରେ ରହିବା ଶରୀର ପାଇଁ ଲାଭଦାୟକ ।
Comments are closed.