ଦିଲ୍ଲୀ: ଅଗଷ୍ଟ୪: ବଲିଉଡ ଲୋକପ୍ରିୟ ଗାୟକ ତଥା ରାପର୍ ୟୋ ୟୋ ହନି ସିଂହଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ପତ୍ନୀ ଶାଲିନୀ ତଲୱାର । ଶାଲିନୀଙ୍କ ପକ୍ଷରୁ ଓକିଲ ସନ୍ଦୀପ କପୁର, ଅପୂର୍ବା ପାଣ୍ଡେ ଏବଂ ଜି ଜି କଶ୍ୟପ ଏନେଇ ୧୧୮ ପୃଷ୍ଠା ସମ୍ବଳିତ ଅଭିଯୋଗ ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ କରିଥିଲେ । ଘରୋଇ ହିଂସା ବ୍ୟତୀତ ଶାଲିନୀ ଶାରୀରିକ ହିଂସା, ଯୌନ ହିଂସା, ମାନସିକ ହିଂସା, ଠକେଇ ଅଭିଯୋଗ ସମେତ ଅନ୍ୟ ଝିଅଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନା କରିବା କଥା ଅଭିଯୋଗରେ ଦର୍ଶାଇଛନ୍ତିି । ହନି ସିଂହଙ୍କ wପରିବାର ଉପରେ ମଧ୍ୟ ଶାଲିନୀ ଅଭିଯୋଗ ଆଣିଛନ୍ତି । ନିଜର ସମ୍ପତ୍ତି ଫେରାଇ ଆଣିବା ଏବଂ କୌଣସି ପ୍ରପର୍ଟି ବିକ୍ରି ନକରିବାକୁ ସେ କୋର୍ଟରେ ଅପିଲ୍ କରିଛନ୍ତି ।
ସୂଚନାଥାଉକି, ୨୦ ବର୍ଷ ଧରି ହନି ସିଂହ ଓ ଶାଲିନୀ ପ୍ରେମ ସମ୍ପର୍କରେ ରହିବା ପରେ ଦୁହେଁ ୨୦୧୧ରେ ଦିଲ୍ଲୀରେ ବିବାହ କରିଥିଲେ ।
Comments are closed.