ନୂଆଦିଲ୍ଲୀ : ଗାଜା ଷ୍ଟ୍ରିପ୍ରେ ଲଢ଼େଇ ଜୋରଦାର ହୋଇଛି । ହମାସ ଆତଙ୍କବାଦୀଙ୍କୁ ଖୋଜିଖୋଜି ଶେଷ କରିବାପାଇଁ ଇସ୍ରାଏଲ ପ୍ରତିଜ୍ଞା କରିଛି। ଇସ୍ରାଏଲ କହିଛି ଦକ୍ଷିଣ ଗାଜା ସମେତ ଯେକୌଣସି ସ୍ଥାନରେ ହମାସ ଆତଙ୍କବାଦୀ ଥିବେ ଆମେ ସେମାନଙ୍କୁ ଖୋଜିଖୋଜି ମାରିବୁ। ଇତି ମଧ୍ୟରେ ଅଲ ସିଫା ହସ୍ପିଟାଲ୍ ଏବେ ରଣକ୍ଷେତ୍ର ପାଲଟିଛି। ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଗାଜାର ସବୁଠାରୁ ବୃହତ୍ତମ ଅଲ ସିଫା ହସ୍ପିଟାଲ୍ରେ ଅକ୍ସିଜେନ, ଇନ୍ଧନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଯୋଗାଣ ସରିଯିବାରୁ ୩ ନବଜାତ ଶିଶୁଙ୍କ ସମେତ ୨୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ହସ୍ପିଟାଲର ବିଭିନ୍ନ ବିଭାଗରେ ୨୪ ରୋଗୀଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ଲଗାତାର ୩ ଦିନ ଧରି ହସ୍ପିଟାଲରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ଉକ୍ତ ହସ୍ପିଟାଲ୍କୁ ହମାସ ଆତଙ୍କବାଦୀ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଛନ୍ତି ବୋଲି ଇସ୍ରାଏଲ ଦାବି କରିଛି। ହସ୍ପିଟାଲ୍ ପରିସରରେ ଥିବା ହମାସ ଟନେଲର ଭିଡିଓ ଆଇଡିଏଫ୍ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଜାରି କରିଛି।
Comments are closed.