ହରମୋନ୍ ଅସନ୍ତୁଳନ ମୁଖ ବ୍ରଣର କାରଣ, ଜାଣିବା ଏହାର କିଛି ଘରୋଇ ଉପଚାର ବିଷୟରେ
ଭୁବନେଶ୍ୱର: ଅଗଷ୍ଟ ୬: ବୟସ ବୃଦ୍ଧି ତଥା ଅନ୍ୟାନ୍ୟ କିଛି କାରଣରୁ ଆମ ଶରୀରରେ ଅନେକ ସମୟରେ ହରମୋନ୍ ଅସନ୍ତୁଳନ ଦେଖାଦେଇଥାଏ । ହରମୋନ୍ ଅସନ୍ତୁଳନର ପ୍ରଭାବ ବିଶେଷକରି ଆମ ମୁହଁରେ ପ୍ରକାଶ ପାଇଥାଏ ମୁଖ ବ୍ରଣ ରୂପେ ।
ହରମୋନ୍ ଅସନ୍ତୁଳନରୁ ସୃଷ୍ଟି ହେଉଥିବା ମୁଖବ୍ରଣ ଅନେକଙ୍କର ଋତୁସ୍ରାବ କିମ୍ବା ଗର୍ଭଧାରଣ ସମୟରେ ବିଶେଷକରି ଦେଖାଦେଇଥାଏ । ଏହାର ନିୟନ୍ତ୍ରଣ କରିବା ଲାଗି ‘ଲଭ ଆର୍ଥ, ହର୍ବାଲ ଆଣ୍ଡ ଅର୍ଗାନିକ୍ ସ୍କିନ୍ କେୟାର’ କମ୍ପାନୀର ପ୍ରତିଷ୍ଠାତା ପରୀଧି ଗୋୟଲ କିଛି ଘରୋଇ ଉପଚାର ବିଷୟରେ ସୂଚନା ଦେଇଛନ୍ତି ।
* ମୁଁହକୁ ଦିନକୁ ୨ରୁ ୩ ଥର ଧୁଅନ୍ତୁ । କାରଣ ମୁହଁରେ ଥିବା ଅପରିଷ୍କାର କ୍ଷୁଦ୍ର କଣିକା, ଲୋମର ଛିଦ୍ର ବନ୍ଦ କରି ମୁହଁରେ ବ୍ରଣ ସୃଷ୍ଟି କରାଇଥାଏ ।
* ସବୁବେଳେ ନିଜ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ । ପ୍ରଚୁର ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟ ରୁହେ । ଦୈନିକ ଗ୍ରୀନ୍ ଟି ସେବନ କରନ୍ତୁ । ଏହା ଶରୀରର ଆଭ୍ୟନ୍ତରଣ ହରମୋନ୍କୁ ସନ୍ତୁଳିତ ରଖି ମୁଖ ବ୍ରଣକୁ କମାଇବାରେ ସହାୟକ ହୋଇଥାଏ ।
* ସପ୍ତାହକୁ ୨ରୁ ୩ ଥର ମୁଲତାନି ମାଟିର ଲେପ ମୁହଁରେ ଲଗାନ୍ତୁ । ଏହା ଚର୍ମକୁ ଥଣ୍ଡା ରଖେ । ହରମୋନ୍ ଜନିତ ବ୍ରଣ ପାଇଁ ଏହି ଉପାୟ ଫଳପ୍ରଦ ହୋଇଥାଏ । ପ୍ରତ୍ୟେକ ଷ୍ଟେସ୍ନାରୀ ଦୋକାନରେ ଏହା ସହଜରେ ଉପଲବ୍ଧ । ଗୋଲପ ଜଳରେ ଏହି ମାଟିକୁ ମିଶାଇ ମୁହଁରେ ଲଗାନ୍ତୁ ।
* ଏହି ସମୟରେ ମଶ୍ଚରାଇଜର କମ୍ ବ୍ୟବହାର କରନ୍ତୁ । ଜେଲ୍ ମଶ୍ଚରାଇଜର ଯଦି ବ୍ୟବହାର କରୁଛନ୍ତି, ତେବେ ଛୋଟ ମଟର ଆକାର ଅନୁସାରେ ମଶ୍ଚରାଇଜର ବାହାର କରି ମୁହଁରେ ଲଗାନ୍ତୁ ।
* ରେଟିନୋଲ ଓ ରେଟିନୋଇଡ ଯୁକ୍ତ ସ୍କିନ୍ ପ୍ରଡକଫ ବ୍ୟବହାର କରନ୍ତୁ । କାରଣ ଏଥିରେ ଭିଟାମିନ-ଏ ରହିଥାଏ । ଯାହା ଚର୍ମରେ ଥିବା ମୃତ କୋଷକୁ ବାହାର କରି ନୂତନ କୋଷ ସୃଷ୍ଟି କରାଇବାରେ ସାହାଯ୍ୟ କରେ ।
* ଟି ଟ୍ରି ଅଏଲ(ଚାହା ଗଛ ତେଲ) ଚର୍ମ ପାଇଁ ରାମବାଣ ଭଳି କାମ କରେ । ସବୁ ପ୍ରକାର ମୁହଁ ପାଇଁ ଏହା ଉପଯୁକ୍ତ । ରାତ୍ରି ସମୟରେ ଅଳ୍ପ ତେଲ ଆଣି ବ୍ରଣ ସ୍ଥାନରେ ଧିରେ ଧିରେ ମାଲିସ କରନ୍ତୁ । ଧ୍ୟାନ ରଖିବେ ଯେପରି ପ୍ରତ୍ୟେକ ବ୍ରଣରେ ସମାନ ଆଙ୍ଗୁଠି ବ୍ୟବହାର ହୁଏ । ବହୁ ଆଙ୍ଗୁଠିର ବ୍ୟବହାରରେ ବ୍ରଣର ଜୀବାଣୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ ହୋଇପାରନ୍ତି ।
* ଘରୁ ବାହାରିବା ପୂର୍ବରୁ ସନ୍ସ୍କ୍ରିନ୍ ବ୍ୟବହାର କରନ୍ତୁ । ଅଳ୍ପ ମେକଅପ ବ୍ୟବହାର କରନ୍ତୁ ।
ଏହି ସବୁ ଘରୋଇ ଉପଚାର କଲେ ମଧ୍ୟ ଯଦି ମୁଖ ବ୍ରଣ ନକମେ, ତେବେ ସ୍ତ୍ରୀ ରୋଗ ବିଶେଷଜ୍ଞ କିମ୍ବା ଚର୍ମ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ ।
Comments are closed.