ହାଇୱା ଧକ୍କାରେ ପୋଲିସ କନେଷ୍ଟବଳଙ୍କ ଗୋଡ଼ କଟିଲା

ଚନ୍ଦକା : ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଘଟିଗଲା ଅଘଟଣ I ହାଇୱା ଧକ୍କାରେ ଦୁଇ ଗୋଡ଼ ହରାଇଲେ ପୋଲିସ କନେଷ୍ଟବଳ I ହାଇୱାଟି କନେଷ୍ଟବଳଙ୍କ ଗାଡିକୁ ଓଭରଟେକ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା I କନେଷ୍ଟବଳ ଜଣଙ୍କ ବାରଙ୍ଗ ଥାନାର ରେବା ମାରାଣ୍ଡି I ସେ ଗତକାଲି ଥାନାରୁ ଡ୍ୟୁଟି ସାରି ନିଜ ଘର କଟକ ସିଡିଏ ଅଞ୍ଚଳକୁ ଯାଉଥିବା ସମୟରେ ତ୍ରିଶୁଳିଆ ଓଭରବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି I

ଘଟନାନୁସାରେ, ରବିବାର ଦିନ ସକାଳ ୮.୩୦ ମିନିଟ ସମୟରେ ତ୍ରିଶୂଳିଆ ଓଭର ବ୍ରିଜ ନିକଟରେ ଘଟିଥିଲା ଏକ ବଡ଼ ଧରଣର ଦୁର୍ଘଟଣା । ଗୋଟିଏ ବାଲି ବୋଝେଇ ହାଇୱା ଚନ୍ଦକା ଥାନା କନଷ୍ଟେବଳଙ୍କୁ ରେବା ମାରାଣ୍ଡିଙ୍କ ବାଇକ କୁ ଓଭରଟେକ କରି କଟକ ସିଡିଏ ଆଡକୁ ଯାଉଥିଲା I ସମୟରେ ହାଇୱାର ପଛ ଚକଟି କନେଷ୍ଟବଳଙ୍କ ବାଇକ ଉପରେ ଚଢି ଯିବାରୁ ସେ ପ୍ରାୟ ୧୦୦ ମିଟର ଦୁରକୁ ଘୋଷାରି ହୋଇ ଯାଇଥିଲେ I ଏଥିରେ କନେଷ୍ଟବଳ ରେବା ମାରାଣ୍ଡିଙ୍କ ୨ ଗୋଡ଼ ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିଲା I ଘଟଣାସ୍ଥଳରୁ ଗୁରୁତର ଆହତ କନଷ୍ଟେବଳ ରେବା ମାରାଣ୍ଡିଙ୍କୁ ଉଦ୍ଧାର କରି ପ୍ରଥମେ କଟକ ବଡ଼ ଡାକ୍ତରଖାନାରେ ଓ ପରେ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଚୁର ରକ୍ତସ୍ରାବ ହୋଇଥିବାରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଅନ୍ୟପଟେ ଧକ୍କା କରିଥିବା ହାଇୱା ଚାଳକ ଘଟଣାସ୍ଥଳରୁ ଗାଡି ଛାଡି ଫେରାର ହୋଇଯାଇଛି I ଦୂର୍ଘଟଣାସ୍ଥଳରେ ପହଁଚି ମର୍କତ୍ତନଗର ଥାନା ପୋଲିସ ତଦନ୍ତ ଚଳାଇଛି I

Comments are closed.