By Papu Mohanty
ଭୁବନେଶ୍ୱର(ସବୁ୍ୟ): May 21:ଚଳିତ ବର୍ଷ ଶ୍ରୀମନ୍ଦିରରେ ଦେବସ୍ନନ ପୂର୍ଣ୍ଣିମା ନୀତି ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । ଏହି ଦ୍ୱନ୍ଦ ଏବେ ଦୂର ହୋଇଛି । ଏଥର ହାତ ଗଣତି ସେବାୟତଙ୍କୁ ନେଇ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ ହେବ ବୋଲି ସ୍ପଷ୍ଟ ହୋଇଛି ।
ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ କେତେ କମ ସଂଖ୍ୟକ ସେବାୟତ ସ୍ନାନପୂର୍ଣ୍ଣିମା ନୀତି କରିପାରିବେ ସେନେଇ ଚଳିତ ମାସ ୨୫ ତାରିଖ ସୁଦ୍ଧା ତାଲିକା ବାହାରିବ । ସେମାନେ ପାଶ୍ ନେଇ ମନ୍ଦିର ଚାରିଦ୍ୱାର ମଧ୍ୟରେ ପ୍ରବେଶ କରିପାରିବେ । ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା ନୀତି ନେଇ ବୈଠକରେ ଆଲୋଚନା ହୋଇଛି । ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଅବଧି ସରିବା ପରେ ଜୁନ ୧ ସୁଦ୍ଧା ଏହା ସ୍ପଷ୍ଟ ହେବ । କୋଭିଡ ୧୯ରେ ଯେଉଁ ନିର୍ଦ୍ଦେଶନାମା ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ । ବୈଠକରେ ରଥଟଣା ନେଇ ମଧ୍ୟ ଆଲୋଚନା ହେବ । ସେବାୟତମାନେ ନିଜେ ରଥଟାଣିବା ପାଇଁ ବୈଠକରେ ପ୍ରସ୍ତାବ ଦେଇଛନ୍ତି । ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ଏହା ଆଲୋଚନା ହୋଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । ଅନ୍ୟପକ୍ଷରେ ରଥ ନିର୍ମାଣର ସମ୍ପୃକ୍ତ ସେବକଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆସିଥିବା ସମସ୍ତ ରିପୋର୍ଟ ନେଗେଟିଭ ରହିଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୁଚନା ଦେଇଛନ୍ତି ।
Comments are closed.