ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାସା ଙ୍କ ପୁତ୍ର ସନ୍ତାନ ଲାଭ

ଦିଲ୍ଲୀ: ଜୁଲାଇ ୩୦: ଇଣ୍ଡିଆନ କ୍ରିକେଟ ଟିମ ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାସା ଷ୍ଟାନକୋଭିକ୍ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି I ଏ କଥା ନିଜେ 26 ବର୍ଷୀୟ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ ମାଧ୍ୟମରେ ଘୋଷଣା କରିଛନ୍ତି। ତାଙ୍କ ଟ୍ୱଇଟର ପୋଷ୍ଟ ରେ ଲେଖାଥିଲା, ‘ଆମେ ଗୋଟିଏ ଶିଶୁ ପୁତ୍ର ପାଇଛୁ I’
ଏହି ଯୋଡି ପୂର୍ବରୁ ମେ ମାସରେ ଘୋଷଣା କରିଥିଲେ ଯେ ସେମାନେ ନିଜ ପରିବାରର ତୃତୀୟ ସଦସ୍ୟଙ୍କୁ ଆଶା କରୁଛନ୍ତି।
ଦୁଇମାସ ପରେ ସେମାନେ ସେମାନଙ୍କର ପ୍ରଶଂସକ ଏବଂ ଅନୁସରଣକାରୀଙ୍କ ସହ ସୋସିଆଲ ମିଡିଆରେ ସେମାନଙ୍କର ନବଜାତ ଶିଶୁର ଫଟୋ ସହିତ ଖୁସି ଖବର ବାଣ୍ଟିଲେ |
ମେ ମାସରେ ହାର୍ଦ୍ଦିକଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖାଥିଲା: “ନତାସା ଏବଂ ମୁଁ ଖୁବ ସୁନ୍ଦର ଭାବରେ ଆମର ଜୀବନ ବିତାଉଛୁ ଏବଂ ଏହା ଆହୁରି ଭଲ ହେବାକୁ ଯାଉଛି। ଏକାଠି ଆମେ ଆମ ଜୀବନରେ ଏକ ନୂତନ ଜୀବନକୁ ସ୍ୱାଗତ କରିବାକୁ ଉତ୍ସାହ ର ସହ ଅପେକ୍ଷା କରିଛୁ । ଜୀବନର ଏହି ନୂତନ ପର୍ଯ୍ୟାୟ ପାଇଁ ଆମେ ଖୁବ ରୋମାଂଚିତ I କେବଳ ଆମେ ଆପଣମାନଙ୍କ ଆଶୀର୍ବାଦ ଏବଂ ସଦିଛା ଚାହୁଁ I ‘(IANS)

Comments are closed.