Edited by Papu Mohanty
ଭୁବନେଶ୍ୱର: :ମେ ୨୫ :ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ ପାଳନ ହେବ । ଶୀତଳଷଷ୍ଠୀ ଶିବ ପାର୍ବତୀ ବିବାହ ନିମନ୍ତେ ବିଏମ୍ସି କମିଶନରଙ୍କ ପକ୍ଷରୁ ମିଳିଛି ଅନୁମତି । ହେଲେ ଏଥିପାଇଁ କେତେକ କଟକଣା ରହିଛି ।
ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଏହି ଦେବନୀତି ଅନୁଷ୍ଠିତ ହେବ । ସାମାଜିକ ଦୂରତା ରହିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନୀତିର ଦାୟିତ୍ୱରେ ଥିବା ସୀମିତ ସେବାୟତ ହିଁ ଏହି ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ । ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ ସେମାନେ ଏଥିରେ ସାମିଲ ହୋଇପାରିବେ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ମନ୍ଦିର ପ୍ରଶାସନ, ବିଏମ୍ସି ଏବଂ ବିଭିନ୍ନ ନିଯୋଗର ସଦସ୍ୟଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି ।
Comments are closed.