Edited by Papu Mohanty
ଭୁବନେଶ୍ୱର, (ସବୁ୍ୟ): ଓଡ଼ିଶା ସରକାରଙ୍କ ପକ୍ଷରୁ ହ୍ୱାଟ୍ସଆପରେ ଏକ ଉସିର୍ଗୀକୃତ ରାଜ୍ୟ କୋଭିଡ ହେଲ୍ପଲାଇନ୍ ନମ୍ବର ୯୧ ୯୩୩୭୯୨୯୦୦୦ ଜାରି କରାଯାଇଛି । ଏହି ସେବାକୁ ବିନା ଶୁଳ୍କରେ ବ୍ୟବହାର କରାଯାଇପାରିବ ଏବଂ ବର୍ତ୍ତମାନ ଚାଲିଥିବା କୋଭିଡ-୧୯ ମହାମାରୀ ବିଷୟରେ ନିର୍ଭୁଲ, ବିଶ୍ୱସ୍ତ ଏବଂ ଅପ-ଟୁ-ଡେଟ ସୂଚନା ପ୍ରଦାନ କରିବାରେ ଏହା ମୁଖ୍ୟ ଉସି ଭାବେ କାର୍ଯ୍ୟ କରିବ । ହ୍ୱାଟ୍ସଆପ୍ରେ ଏହି ମାଗଣା ’ଓଡ଼ିଶା ସରକାର କୋଭିଡ ଡେସ୍କ’କୁ ବ୍ୟବହାର କରିବା ପାଇଁ ସରଳ ଭାବେ ୯୧ ୯୩୩୭୯୨୯୦୦୦ ନମ୍ବରକୁ ନିଜର ଫୋନ କଣ୍ଟାକଫରେ ସେଭ କରାଯିବା ଉଚିତ ଓ ପରେ ଏହାକୁ ଆରମ୍ଭ କରିବା ପାଇଁ ହ୍ୱାଟ୍ସଆପ ମେସେଜରେ ’ହାଏ’ ଲେଖି ପଠାଇବାକୁ ପଡିବ । ବର୍ତମାନ ପାଇଁ ଏହି ସେବା ଓଡ଼ିଆ ଏବଂ ଇଂରାଜୀରେ ଉପଲବ୍ଧ ହେଉଛି । ’ଓଡ଼ିଶା ସରକାର କୋଭିଡ ଡେସ୍କ’ ଏକ ସ୍ୱୟଞ୍ଚାଳିତ ’ଚାଟବଟ’ ସେବା, ଯାହାକି ନାଗରୀକମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାରଙ୍କ ଠାରୁ କୋଭିଡ-୧୯ ସମ୍ବନ୍ଧିତ ପ୍ରଶ୍ନଗୁଡ଼ିକର ଯାଞ୍ଚ କରାଯାଇଥିବା ଉତ୍ତର ପାଇବାର ଅନୁମତି ଦେବ । ଏହି ସେବା ଭବିଷ୍ୟତରେ ସାମିଲ କରାଯିବାକୁ ଥିବା ଆହୁରି ବିକଳ୍ପ ସହିତ କେତେକ ବିଷୟ ଯଥା କୋଭିଡ-୧୯ର ପ୍ରାକ୍ସାବଧାନତା, ସକରାରଙ୍କ କ ୍ୱାରେଣ୍ଟାଇନ ସେଣ୍ଟର ଓ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ବିବରଣୀ, ସେଲ®-ଡାଇଗ୍ନୋଷ୍ଟିକ ଟେଷ୍ଟ ଓ ରାଜ୍ୟରେ ନୂଆ କୋଭିଡ-୧୯ ସଂଖ୍ୟା ଆଦି ଉପରେ ମାର୍ଗଦର୍ଶନ ଯୋଗାଇଥାଏ ।
ଏହି ସହଭାଗୀତା ସମ୍ପର୍କରେ ମତ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେହେତୁ ନାଗରୀକମାନଙ୍କର ସୁରକ୍ଷା ଏବଂ ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସବୁ ସମ୍ଭବ ପ୍ରୟାସ ଜାରି ରଖିଛୁ, ତେଣୁ ଏହି ପଦକ୍ଷେପରେ ହ୍ୱାଟ୍ସଆପ୍ର ସମର୍ଥନକୁ ଆମେ ପ୍ରଶଂସା କରୁଅଛୁ । ସେହିଭଳି ଭାରତରେ ହ୍ୱାଟ୍ସଆପ୍ ମୁଖ୍ୟ ଅଭିଜିତ ବୋସ କହିଛନ୍ତି ଯେ, ଏହି ପଦକ୍ଷେପରେ ଓଡ଼ିଶା ସରକାରଙ୍କ ସହ କାର୍ଯ୍ୟ କରିବାର ଏହି ସୁଯୋଗ ପାଇଁ ଆମେ ବେଶ ଆନନ୍ଦିତ । ଏହି ମହାମାରୀ ସମୟରେ ଆମେ ବ୍ୟବହାରକାରୀ ମାନଙ୍କୁ କୌଣସି ସୂଚନା ପାଇଁ ଯାଞ୍ଚ ହୋଇଥିବା ଉସି ଗୁଡ଼ିକ ଉପରେ ନିର୍ଭର କରିବା ପାଇଁ ଉସିାହିତ କରୁଅଛୁ । ମାଇଁଗଭ୍ ସେଣ୍ଟ୍ରାଲ ହେଲ୍ପଲାଇନ୍ରେ ଅତିରିକ୍ତ ଭାବେ ଭାରତର ଅନ୍ୟ ୧୧ଟି ରାଜ୍ୟରେ ଏହି ଭଳି ସମାନ ସେବାକୁ ଶୁଭାରମ୍ଭ କରାଯାଇଛି ଯାହାଦ୍ୱାରା ବ୍ୟବହାରକାରୀ ମାନେ ଉଭୟ ଇଂରାଜୀ ଏବଂ ସେମାନଙ୍କ ଆଞ୍ଚଳିକ ଭାଷାରେ ବିଶ୍ୱସ୍ତ ସୁଚନା ପାଇବା ଦିଗରେ ସଚେତନ ହୋଇପାରିବେ, ଯାହାକୁ ଆଗାମୀ ଦିନଗୁଡ଼ିକରେ ଆହୁରି ଅନେକ ରାଜ୍ୟରେ ଶୁଭାରମ୍ଭ କରାଯିବ ।
Comments are closed.