ଦୁବାଇ: ଜୁଲାଇ ୧୯: ଦୁବାଇ ରେ ରହୁଥିବା ଜଣେ ଭାରତୀୟ ଝିଅ ୩ ମିନଟ ରେ ଗୋଟିଏ ଛୋଟ ବାକ୍ସ ଭିତରେ ଶହେ ଟି ଯୋଗ ପ୍ରଦର୍ଶନ କରି ୱାର୍ଲଡ ରେକର୍ଡ କରିଛନ୍ତି I ତାଙ୍କ ନାଁ ସମ୍ରିଧି କାଳିଆ I ଏହା ତାଙ୍କର ତୃତୀୟ ଯୋଗ ଟାଇଟଲ ଏବଂ ଗୋଟିଏ ମାସ ମଧ୍ୟରେ ସେ ଦୁଇଟି ଟାଇଟଲ ହାସଲ କରିଛନ୍ତି ବୋଲି ଖାଲୀଜ ଟାଇମସ ପ୍ରକାଶ କରିଛି I
୧୧ ବର୍ଷ ବୟଷ ର ଏହି ଝିଅ ଜଣକ ‘ଗୋଟିଏ ଛୋଟିଆ ଜାଗାରେ ସବୁଠାରୁ କମ ସମୟ ମଧ୍ୟରେ ୧୦୦ ଯୋଗ ପ୍ରଦର୍ଶନ କରି’ Golden Book of World Records ରେ ସ୍ଥାନ ପାଇଛନ୍ତି I
ଏହା କରିବା ପାଇଁ ତାଙ୍କୁ ୩ ମିନଟ ୧୮ ସେକେଣ୍ଡ ଲାଗିଥିଲା I
ଏହାର କିଛି ଦିନ ପୂର୍ବରୁ, ସେ ଗୋଟିଏ ଛୋଟ ବାକ୍ସ ମଧରେ ମାତ୍ର ଗୋଟିଏ ମିନଟ ରେ ୪୦ ଟି ଯୋଗ ମୁଦ୍ରା ପ୍ରଦର୍ଶନ କରି ସେ world ରେକର୍ଡ କରିଥିଲେ I
ସେ ଜୁନ ୨୧ ତାରିଖରେ ହେଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ରେ ମଧ୍ୟ ସେ second world ରେକର୍ଡ କରିଥିଲେ I
ସେ ଦୁବାଇ ର ଆମ୍ବାସାଡର ସ୍କୁଲ ରେ ଗ୍ରେଡ଼ ୭ ରେ ପଢ଼ନ୍ତି I ତାଙ୍କ ନିଜର ଇଛାଶକ୍ତି ଏବଂ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣିଦେଇଛି ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି I
କାଳିଆ କହିଛନ୍ତି, ” ଆମ ସ୍ୱପ୍ନ ସେତେବେଳେ ହିଁ ସତ ହେବ, ଯଦି ଆମେ ସାହସ ର ସହିତ କାର୍ଯ୍ୟ କରି ଚାଲିବା I ମୁ ଅନୁଭବ କରେ, ମୋର ଶାରୀରିକ କ୍ଷମତା ନୁହେଁ ବରଂ ମୋର ମାନସିକ କ୍ଷମତା ମୋର ସବୁଠାରୁ ବଡ asset I ‘
ପ୍ରତ୍ୟେକ ଦିନ ୩ ଘଂଟାର ଯୋଗାଭ୍ୟାସ ସହ ସେ lawn tennis, cycles, swimming ଏବଂ skating କରନ୍ତି I (IANS)
Comments are closed.