ଜୀବଜଗତର କିଛି ଭୟଙ୍କର ପ୍ରାଣୀ ଭିତରେ କୁମ୍ଭୀରର ନାଁ ସବୁଠୁ ଆଗରେ ରହିଥାଏ । ତେବେ ଏହି ତାଲିକାରେ ରହିଛି ସାଉଥ ଆଫ୍ରିକାର ହେନେରୀ ନାମକ କୁମ୍ଭୀର, ଯିଏ ବିଶ୍ୱର ସବୁଠାରୁ ପୁରୁଣା କୁମ୍ଭୀର । ୨୦୨୪ ଡିସେମ୍ବରରେ କୁମ୍ଭୀରଟି ୧୨୪ତମ ଜନ୍ମ ଦିନ ପାଳିଛି । ଏହା ବର୍ତ୍ତମାନ ଏକ ଅଭ୍ୟାରଣରେ ରହିବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ହେନେରୀ ୧୯୮୫ରେ ଜନ୍ମ ହୋଇଥିବାବେଳେ ଏହାର ଓଜନ ୭୦୦ କେଜି ରହିଛି । ତା ସହିତ ଜନ୍ତାରେ ପାଖାପାଖି ୭ଟି ମାଈ କୁମ୍ଭୀର ବସବାସ କରନ୍ତି ଯେଉଁମାନଙ୍କର ୧୦ ହଜାରରୁ ଅଧିକ ଛୁଆ ରହିଛନ୍ତି, ଯେଉଁମାନଙ୍କର ବାପ ହେଉଛି ହେନେରୀ। ୧୨୪ବର୍ଷରେ ମଧ୍ୟ ହେନେରୀ ଅଭୟାରଣ୍ୟର ଷ୍ଟାର ପାଲଟିଛି । ତାକୁ ଦେଖିବାକୁ ପ୍ରତିଦିନ ଅନେକ ପର୍ଯ୍ୟଟକଙ୍କର ଭିଡ ଯମିଥାଏ । ସେହିଭଳି ହେନେରୀର ଜନ୍ମଦିନରେ ହେଉଥିବା କାର୍ଯ୍ୟକ୍ରମ ଅନେକ ଲୋକଙ୍କୁ ଏକାଠି କରିବାରେ ସକ୍ଷମ ହୋଇଥାଏ । ପ୍ରତିବର୍ଷ ଖୁବ ଧୁମଧାମରେ ହେନେରୀର ଜନ୍ମଦିନ ପାଳନ କରାଯାଇଥାଏ ।