୧୬ ଦିନରେ ବଢ଼ିଛି ୨ ଗୁଣ ସଂକ୍ରମଣ,୩ ଗୁଣ ସୁସ୍ଥ:ସୁବ୍ରତଙ୍କ ପରାମର୍ଶ

ଭୁବନେଶ୍ୱର : ଜୁନ ୧୧:ସମଗ୍ର ଦେଶରେ ମାଡିଚାଲିଛି କରୋନା । ଗତ ସପ୍ତାହରେ ଦୈନିକ ୧୦ହଜାରରୁ କିଛି ଉଦ୍ଧ୍ୱର୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ପୂର୍ବ ଅପେକ୍ଷା ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଓଡ଼ିଶାର ଜନବହୁଳ ସହର ଓ ଅଞ୍ଚଳ ପ୍ରତି ବିପଦ ରହିଛି ଓ ଆଗକୁ ସେଠାରେ ଅବସ୍ଥା ସାଂଘାତିକ ହୋଇପାରେ । ଏଭଳି ସ୍ଥିତିରେ ଦେଶକୁ ତାଳ ଦେଇ ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ସାମାଜିକ ଦୂରତାକୁ ଲୋକେ ମାନୁନାହାଁନ୍ତି । ଆଗକୁ ରଜ ଥିବାରୁ ବଜାରରେ ଲୋକଙ୍କର ପ୍ରବଳ ମାତ୍ରାରେ ଭିଡ ଦେଖିବାକୁ ମିଳୁଛି । ଏଭଳି ଜନଗହଳି କରୋନା ବେଶ୍‌ ସୁହାଇବ । ତେଣୁ ଅଯଥାରେ ଗହଳି ନକରି ନିଜେ ସୁସ୍ଥ ରହିବା ସହିତ ଅନ୍ୟକୁ ସୁସ୍ଥ ରଖନ୍ତୁ ଓ ରଜରେ ଆନନ୍ଦ ଆଣନ୍ତୁ କରୋନା ନୁହେଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ଭୁବନେଶ୍ୱର ଠାରେ ସାମ୍ବାଦିକମାନଙ୍କୁ ଶ୍ରୀ ବାଗ୍‌ଚୀ କହିଲେ ୨୬ ମଇ ରୁ ଜୁନ୍‌ ୧୧ ଏହି ୧୬ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା ୨ ଗୁଣ ବଢ଼ିଛି । ତେବେ ଏହି ସମୟ ଅବଧିରେ ରାଜ୍ୟରେ ୩ ଗୁଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ଯାହା ଆମକୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି ବୋଲି ସେ କହିଛନ୍ତି ।

Comments are closed.