By Papu Mohanty
ଭୁବନେଶ୍ୱର : May 18:ବଙ୍ଗୋପସାଗରରେ ସୃଷ୍ଟ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ଅମ୍ପନ୍’ ସୋମବାର ଉଗ୍ରରୂପ ଧାରଣ କରିଛି । ଏହା ଏକ୍ସଟ୍ରିମ୍ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । କ୍ରମେ ଏହା ଅଧିକ ଘନୀଭୂତ ହେଉଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି । ୨୦ ତାରିଖ ଅପରାହ@ କିମ୍ବା ସନ୍ଧ୍ୟାରେ ଅମ୍ପନ୍ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୫-୧୬୫ କି.ମି. ରହିବ ବୋଲି ଅନୁମାନ କରାଯାଇଛି । ସମୁଦ୍ର ମଧ୍ୟରେ ଆଉ ୧୨ ଘଣ୍ଟା ପର୍ଯ୍ୟନ୍ତ ରହି ଶକ୍ତିଶାଳୀ ହେବା ପାଇଁ ବଳ ଯୋଗାଡ଼ିବ । ଦୀଘା -ହାତିଆ ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୧୦-୧୩୫ କି.ମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି ବୋଲି ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସୁପର ସାଇକ୍ଲୋନ୍ ପରିଣତ ହୋଇପାରେ । ଏନେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଏ ସମୟରେ ଘଣ୍ଟା ପ୍ରତି ୨୨୦ରୁ ୨୬୫ କି.ମି ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି ।
Comments are closed.