୨୨ ପ୍ରସ୍ତାବକୁ କ୍ୟାବିନେଟ ମୋହର; ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡିକୋ ଦେବ ଜମି

ଅଣ୍ଡର ଗ୍ରାଜୁଏଟ୍‌ କୋର୍ସକୁ ମିଳିବ ପ୍ରୋଫେସନାଲ କୋର୍ସ ମାନ୍ୟତା ଶକ୍ତି ବିଭାଗ ଅଧିନକୁ ଆସିବ ଓରେଡା

By Papu Mohanty

ଭୁବନେଶ୍ୱର: ମେ ୨୯:ନବୀନ ପଟ୍ଟନାୟକ ସରକାରଙ୍କର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ବସିଥିବା କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିନରେ ବସିଥିବା ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ସହ ୨୨ଟି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଖାଦ୍ୟ ଯୋଗାଣ, ରାଜସ୍ୱ, ଅର୍ଥ ଓ ସମବାୟ ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ରକୁ ସକି୍ରୟ କରିବା ପାଇଁ ପର୍ଯ୍ୟଟନ ନୀତିରେ ସଂଶୋଧନ ଆଣିଛନ୍ତି ରାଜ୍ୟସରକାର । କ୍ୟାବିନେଟରେ ମଞ୍ଜୁରି ମିଳିଥିବା ପ୍ରସ୍ତାବ ଗୁଡିକ ମଧ୍ୟରେ ଏଣିକି ପର୍ଯ୍ୟଟନ ପ୍ରକଳ୍ପ ଗୁଡିକ ପକ୍ଷରୁ ଜମି ଯୋଗାଇ ଦିଆଯିବ । ହୋଟେଲ ଓ ରେଷ୍ଟୁରାଣ୍ଟ ଲାଗି ଉଦ୍ୟୋଗି ମାନଙ୍କୁ ଏହି ଜମି ଆବଣ୍ଟନ ହେବ । ସେହିପରି ଅଣ୍ଡର ଗ୍ରାଜୁଏଟ୍‌ କୋର୍ସକୁ ପ୍ରଫେସେନାଲ କୋର୍ସର ମାନ୍ୟତା ମିଳିବ । ମାଳତୀଦେବୀ ପ୍ରାକ୍‌ ବିଦ୍ୟାଳୟ କାର୍ଯ୍ୟକ୍ରମରେ ୩ରୁ ୬ବର୍ଷ ପିଲାଙ୍କୁ ମାଗଣାରେ ସେ୍ୱଟର ଓ ଜୋତା ଯୋଗାଇଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ଏଣିକି ଶକ୍ତିବିଭାଗ ଅଧିନରେ ରହିବ ଓଡିଶା ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସି (ଓରେଡ) । ଆସ୍କାସୁଗାର କୋଅପରେଟିଭ୍‌ ସୋସାଇଟିକୁ ୧୫କୋଟି ଟଙ୍କାର କ୍ୟାସ କ୍ରେଡିଟ ଆକାରରେ ଋଣ ଦିଆଯିବ । ସୋସାଇଟି ଆକଫରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପ୍ରତି ୫ବର୍ଷରେ ଏଣିକି ନବୀକରଣ କରିବାକୁ ପଡିବ ଓ ଅଡିଟର ବ୍ୟବସ୍ଥା ମଧ୍ୟ ହୋଇଛି । କୌଣସି ବିବାଦ ହେଲେ ସ୍ୱତନ୍ତ୍ର ଫୋରମ୍‌ର ଅଭିଯୋଗକାରୀମାନେ ଆଶ୍ରୟ ନେଇପାରିବେ । କ୍ୟାବିନେଟ ବୈଠକରେ ଏଗି୍ରକଲଚର୍‌ ଆକଫ ୧୯୫୬ରେ ମଧ୍ୟ ସଂଶୋଧନକୁ ଅନୁମୋଦନ କରାଯାଇଛି । ଏଣିକି ଇ-ମାର୍କେଟ ଜରିଆରେ ଚାଷୀମାନେ ନିଜ ଉପିାଦନକୁ ବିକିପାରିବେ । କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ଟଙ୍କା ଭଡାରେ ଜମି ଦିଆଯିବା ପାଇଁ ନିିଷ୍ପତ୍ତି ହୋଇଛି । ବାଲେଶ୍ୱର ହିଡି ଗାଁରେ ୩ଏକର ୫୦ଡେସିମିଲ୍‌ ଜମିରେ ଏନ୍‌ଡିିଆର୍‌ଏଫ୍‌ର ଏକ କମ୍ପାନୀର ହେଡକ୍ୱାଟର କରାଯିବାର ନେଇ ଅନୁମତି ମିଳିଛି ।

Comments are closed.