ଦିଲ୍ଲୀ: ଅଗଷ୍ଟ ୨: ଦେଶରେ ୨୪ ଘଣ୍ଟାରେ ୩୬ ହଜାର ୯୪୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୮ଲକ୍ଷ ୫୭ ହଜାର ୪୬୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି ।
୪୦ ହଜାର ୧୩୪ ଜଣ ନୂଆ କରୋନା ସଂକ୍ରମିତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି । ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୩୭ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୮୧ ପ୍ରତିଶତ ରହିଛି ।
୨୪ ଘଣ୍ଟାରେ ଦେଶରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୪୨୨ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ଲକ୍ଷ ୨୪ ହଜାର ୭୭୩ ଜଣ କରୋନାରେ ପ୍ରାଣ ହରାଇସାରିଲେଣି ।
ହାଇଦ୍ରାବାଦ୍ ଏବଂ କାନପୁରରେ ଥିବା ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ତଥ୍ୟ ଅନୁସାରେ, ଚଳିତ ମାସରେ ଦେଶରେ କରୋନାର ତୃତୀୟ ଲହରୀ ଆସିବାର ସମ୍ଭାବନା ରହିଛି । ଏହି ମାସରେ କରୋନା ଆରମ୍ଭ ହୋଇ ଆସନ୍ତା ଅକେଫାବର ମାସରେ ତୃତୀୟ ଲହରୀ ଶିଖର ଛୁଇଁପାରେ ବୋଲି ଆକଳନ କରାଯାଇଛି । ତେବେ ଆଶା କରାଯାଉଛି କରୋନାର ଦ୍ୱିତୀୟ ଲହରୀ ଭଳି ତୃତୀୟ ଲହରୀ ମାରାତ୍ମକ ହୋଇନପାରେ ।
Comments are closed.