୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୫୩୪୨

ଦିଲ୍ଲୀ: ଜୁଲାଇ ୨୩: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି ୩୮ ହଜାର ୭୪୦ ଜଣ । ତେବେ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୪ ଲକ୍ଷ ୬୮ ହଜାର ୭୯ ରୋଗୀ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଲୋକଙ୍କୁ ମିଶାଇ ସୁସ୍ଥତା ହାର ୯୭. ୩୬ ପ୍ରତିଶତ ରହିଛି ।
ଦୈନିକ ପଜିଟିଭିଟି ହାର ୨.୧୨ ପ୍ରତିଶତ ରହିଥିିଲାବେଳେ ସାପ୍ତାହିକ ପଜିଟିଭିଟି ହାର ୨.୧୪ ପ୍ରତିଶତ ରହିଛି ।
ଅନ୍ୟପକ୍ଷେ, ୨୪ ଘଣ୍ଟାରେ ୪୮୩ ଜଣ ରୋଗୀଙ୍କର ମୃତୁ୍ୟ ହୋଇଛି । ଏ ପର୍ଯ୍ୟନ୍ତ ଦେଶରେ ମୋଟ କରୋନାଜନିତ ମୃତୁ୍ୟ ୪ ଲକ୍ଷ ୧୯ ହଜାର ୪୭୦ ହୋଇଛି ।
ଦେଶରେ ଏବେ ସକ୍ରିୟ ରୋଗୀ ୪ ଲକ୍ଷ ୫ ହଜାର ୫୧୩ ରହିଛନ୍ତି । ଏହାସହ ୪୨ କୋଟି ୩୪ ଲକ୍ଷ ୧୭ ହଜାର ୩୦ ଜଣ କରୋନା ଟିକା ନେଇ ସାରିଲେଣି ।

Comments are closed.