ଦିଲ୍ଲୀ:ଜୁଲାଇ ୨୬: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୩୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ୩୫ ହଜାର ୯୬୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩ କୋଟି ୦୫ ଲକ୍ଷ ୭୯ ହଜାର ୧୦୬ ଜଣ ସୁସ୍ଥ ହୋଇସାରିଲେଣି । ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି ।
ଗତ ୨୪ ଘଣ୍ଟାରେ ୪୧୬ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ୪ଲକ୍ଷ ୨୦ ହଜାର ୯୬୭କୁ ବୃଦ୍ଧି ପାଇଛି ।
ଦେଶର ଦୈନିକ ପଜିଟିଭିଟି ହାର ୩.୪୧ ପ୍ରତିଶତ ରହିଥିଲା ବେଳେ ସାପ୍ତାହିକ ପଜିଟିଭିଟି ହାର ୨.୩୧ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଦେଶରେ ଏ ପର୍ଯ୍ୟନ୍ତ ୪୩ କୋଟି ୫୧ ଲକ୍ଷ ୯୬ ହଜାର ୦୦୧ ଜଣ କରୋନା ଟିକା ନେଇଛନ୍ତି ।
Comments are closed.