୨୪ ଘଣ୍ଟାରେ ଦେଶରେ ୪୨, ୬୧୮ ସଂକ୍ରମିତ ଓ ୩୬,୩୮୫ ସୁସ୍ଥ

ଦିଲ୍ଲୀ: ସେପ୍‌ଟେମ୍ବର ୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨, ୬୧୮ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫ ହଜାର ୬୮୧ ରହିଛି । ସୁସ୍ଥତା ହାର ୯୭.୪୩ ପ୍ରତିଶତ ରହିଥିଲା ବେଳେ ଗତ ୨୪ ଘଣ୍ଟାରେ ୩୬, ୩୮୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୨୧,୦୦,୦୦୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଆଜି ୩୩୦ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୪୦ ହଜାର ୨୨୫ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୬୩ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୫୦ ପ୍ରତିଶତ ରହିଛି । ଦେଶରେ ମୋଟ ୬୭ କୋଟି ୭୨ ଲକ୍ଷ ୧୧ ହଜାର ୨୦୫ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Comments are closed.