୨୫ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ମହିମା ମିଶ୍ରଙ୍କ ୩ କର୍ମଚାରୀ ସିବିଆଇ ଦ୍ୱାରା ଗିରଫ
Three employees of Mahima Mishra have been arrested by CBI in the case of Rs 25 lakh bribe
ଶିଳ୍ପପତି ମହିମା ମିଶ୍ରଙ୍କ ର ୩ କର୍ମଚାରୀ ଗିରଫ ଓ ଗତ କାଲି ଠାରୁ ଲଗାତାର ଜେରାପରେ ସିବିଆଇ ପକ୍ଷରୁ ହୋଇଛି ବଡ଼କାର୍ଯ୍ୟାନୁଷ୍ଠାନ । ୨୫ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକା କର୍ମଚାରୀ ସୁମନ୍ତ ସାହୁ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି ତଦନ୍ତ କରି ସଂସ୍ଥା । ସେହିପରି ଗତକାଲି ମହିମା ମିଶ୍ର ଓ ଟଙ୍କା ବଡ଼ ପୁଅ ଚନ୍ଦନ ମିଶ୍ର ଙ୍କୁ ପାରାଦ୍ବୀପ ଗେଷ୍ଟ ହାଉସ ରେ ଦୀର୍ଘ ୬ ଘଣ୍ଟା ଧରି ହୋଇଥିଲା ଇ ଆଜି ପୁଣି ମହିମା ମିଶ୍ର ଙ୍କୁ ନୋଟିସ ହୋଇ ବର୍ତ୍ତମାନ ସୁଦ୍ଧା ପଚରାଉଚରା ଚାଲିଛି । ସିବିଆଇ ନୋଟିସ ପରେ ଆଜି ଅଫିସ ରେ ହାଜର ହୋଇଥିଲେ ମହିମା ମିଶ୍ର ଓ ତେବେ ଆଜି କାହିଁକି ତାଙ୍କୁ ସିବିଆଇ ଡ଼କାଇଛି ସେ ବିଷୟରେ ସେ ଜାଣି ନାହାନ୍ତି ବୋଲି କହିଥିଲେ । ସୂଚନାନୁସାରେ ଗତକାଲି ମହିମାଙ୍କ କଟକ ଓଡ଼ିଶା ବଜାରସ୍ଥିତ ଘର ଓ ଲିଙ୍କ ରୋଡ୍ ଅଫିସରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ ବ୍ୟତୀତ ପାରାଦୀପର ବିଭିନ୍ନ ସ୍ଥାନରେ ମଧ୍ୟ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା ।
Comments are closed.