ପୁରୀ : ଫେବୃଆରୀ ୧୨ ଓ ୧୩ ତାରିଖ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଶ୍ରୀ ମନ୍ଦିରରେ ଗଜ ଉଦ୍ଧାରଣ ବେଶ ନିମନ୍ତେ ବିଶେଷ ନୀତି ଥିବାରୁ ୨ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରହିବ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
ସୂଚନାନୁସାରେ,ପୂର୍ବରୁ ଶ୍ରୀ ପଞ୍ଚମୀ ଏବଂ ବଙ୍କ ଲାଗି ନୀତି ଥିବାରୁ ଗତ ୨ ଏବଂ ୩ ତାରିଖ ତଥା ଫେବୃଆରୀ ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଥିଲା। ଏହି ଦିନ ବ୍ୟତୀତ ଅନ୍ୟ ଦିନରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିବ ବୋଲି କୁହାଯାଇଥିଲା । କେବଳ ବିଶେଷ ପର୍ବ ଓ ନୀତି ଦିନ ଗୁଡିକରେ ବନ୍ଦ ରହିବାକୁ କମିଟି ପକ୍ଷରୁ ନିଷ୍ପତି ହୋଇଛି ।