୩୦ ବର୍ଷ ପରେ ଗ୍ରାମରେ ଚାଲିଲା ବସ୍‌

ଦିଲ୍ଲୀ: ଜୁଲାଇ ୨୦: ତିନି ଦଶନ୍ଧି ଧରି ତାମିଲନାଡ଼ୁରେ ଥିବା କାରୁªାମ୍ପାଲାୟମ ନାମକ ଗ୍ରାମରେ ବସ୍‌ ଚଳାଚଳ ହେଉନଥିଲା। ସେଠାରେ ପ୍ରାୟ ୨୨୦ ଜଣ ପରିବାର ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ବହୁ ଲୋକ ନିକଟସ୍ଥ ସହରରେ କାମ କରିବା ପାଇଁ ଦୈନିକ ଚାଲି ଚାଲି କିମ୍ବା ସାଇକେଲ ମାଧ୍ୟମରେ ଯିବା ଆସିବା କରୁଥିଲେ ।
ଗତ ସୋମବାରଠାରୁ ତାମିଲନାଡ଼ୁ ଷ୍ଟେଟ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ ତରଫରୁ ସେହି ଗ୍ରାମକୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟୟରେ ଦୁଇଟି ବସ୍‌ ଚାଲିଛି ।
ଏହା ସମ୍ଭବ ହୋଇପାରିଛି ଜିଲ୍ଲାପାଳ ପ୍ରଭୁଶଙ୍କର ଟି ଗୁନାଲାନଙ୍କ ଯୋଗୁ । ସୂଚନା ଅନୁସାରେ, ଗତ ଗୁରୁବାର ପ୍ରଭୁଶଙ୍କର ଗ୍ରାମକୁ ବୁଲି ଆସିଥିଲେ । ସେଠାରେ ସେ ଲୋକମାନଙ୍କ ସମସ୍ୟା ବୁଝି ଯଥାଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ପାଞ୍ଚ ଦିନ ଭିତରେ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଥିଲେ ।

Comments are closed.