୫ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ରାଜ୍ୟର ୨ୟ କ୍ୟାବିନେଟ ବୈଠକ । ଆଜି ପୂର୍ବାହ୍ନ ୧୧.୩୦ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସବୁଠାରୁ ୫ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟରେ ମଂଜୁରୀ ହୋଇଛି । ସର୍ବନିମ୍ନ ମଜୁରୀ ୩୫୨ଟଙ୍କା ଥିଲା। ଏହାକୁ ୪୫୦ ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର। ଅର୍ଦ୍ଧ କୁଶଳୀ ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ, କୁଶଳୀମାନଙ୍କର ୫୦୦, ଉଚ୍ଚ କୁଶଳୀଙ୍କ ମଜୁରି ୫୦୨ ରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ମଂଜୁରୀ ହୋଇଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ତାଳପତ୍ର ପୋଥି ସଂଗ୍ରହାଳୟ, ବିଭିନ୍ନ ୟୁନିଭର୍ସିଟିରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ । ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପ୍ରଚେଷ୍ଟା କରାଯିବ ।

ଅନ୍ୟପଟେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ୧୮୭୮୮ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏମାନଙ୍କୁ ନିଯୁକ୍ତି ଦେବାନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି I

ଏଣେ ଅଚଳ ଓ ସଚଳ ଜଳସେଚନ ପ୍ରକଳ୍ପର ଦୃଢୀକରଣ କରାଯିବ। ସେହିପରି ପିଏମ କିସାନ ଯୋଜନାରେ ୬ ଲକ୍ଷ ନୂତନ କୃଷକଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏମାନେ ପୂର୍ବ ସରକାର ସମୟରେ ପିଏମ କିସାନ ଯୋଜନାରୁ ବଞ୍ଚିତ କରିଥିଲେ। ପିଏମ କିସାନରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯିବ ବୋଲି କହିଛନ୍ତି ।

ସୂଚନାନୁସାରେ,ଜୁନ ୧୨ରେ ନୂଆ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା । ବୈଠକରେ ଶ୍ରୀମନ୍ଦିର ଚାରି ଦ୍ଵାରା ଖୋଲିବା, ଧାନ କୁଇଣ୍ଟାଲ ୩୧୦୦ ଟଙ୍କା, ଶ୍ରୀମନ୍ଦିର ପାଇଁ କର୍ପସ ଫଣ୍ଡ, ସୁଭଦ୍ରା ଯୋଜନା ଭଳି ବଡ଼ ନିଷ୍ପତି ନେଇଥିଲା ବିଜେପି ସରକାର । ତେଣୁ ଆଜି ଦ୍ବିତୀୟ କ୍ୟାବିନେଟରେ ସରକାର ଏହି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Comments are closed.