୫୬ ସିଏନ୍ଜି ଷ୍ଟେସନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ; ଦେଶର ସବୁ ଲୋକଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଇବା ଲକ୍ଷ୍ୟ
By Papu Mohanty
ଭୁବନେଶ୍ୱର : ମେ ୨୯:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ ଅଞ୍ଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ କରିଛନ୍ତି । ଆଗାମୀ ଦିନରେ ଭାରତରେ ସବୁ ଲୋକଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବା ଆମର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ତଥା ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନର ବିପଦ ସମୟରେ ଟେକ୍ନୋଲୋଜି ମାଧ୍ୟମରେ ଆତ୍ମନିର୍ଭର ଭାରତ ପାଇଁ ସମସ୍ତେ କାମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ ହୋଇଯାଇଛି । ଏହା ସିଜିଡି ବା ସିଟି ଗ୍ୟାସ ବିତରଣ କ୍ଷେତ୍ରରେ ଦେଶର ଜନସଂଖ୍ୟାର ୭୦ ପ୍ରତିଶତ ଏବଂ ୫୩ ପ୍ରତିଶତ ଭୌðଗଳିକ କ୍ଷେତ୍ରକୁ ଆଚ୍ଛାଦିତ କରୁଛି । ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଏହା ସହାୟକ ହେବ । ଦେଶରେ ପେଟ୍ରୋଲ, ଡିଜେଲ ତଥା ପ୍ରାକୃତିକ ଗ୍ୟାସ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଖୁବ ଶୀଘ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ମୋବାଇଲ ଭ୍ୟାନ ଆରମ୍ଭ କରାଯିବ । ସେହିପରି ଘରେ ଘରେ ମଧ୍ୟ ଇନ୍ଧନ ପହଁଚାଇବା ପାଇଁ ଆଗାମୀ ଦିନରେ ଯୋଜନା ପ୍ରସ୍ତୁତ ହେବ । ସେ କହିଛନ୍ତି ଯେ ଗତ ୬ ବର୍ଷରେ ଦେଶରେ ପ୍ରାକୃତିକ ଗ୍ୟାସ କ୍ଷେତ୍ର ବା ସିଜିଡି ନେଟୱାର୍କର ସଂପ୍ରସାରଣରେ ଅଭୁତପୂର୍ବ ଅଭିବୃଦ୍ଧି ଘଟିଛି । ସିଜିଡି ନେଟୱାର୍କର ପ୍ରସାର ଲୋକଙ୍କ ଜୀବନଶୈଳିରେ ଅଭୁତପୂର୍ବ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed.