ଦିଲ୍ଲୀ: ସେପ୍ଟେମ୍ବର ୩ : ଯଦି ଆପଣ ମହାକାଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି । କେବଳ ୭୯ ହଜାର ଟଙ୍କାରେ ଆପଣ ମହାକାଶ ଯାତ୍ରା କରିପାରିବେ । ଏହି ସୁବିଧା କାନାଡାର ଏକ କମ୍ପାନୀ ଦେବାକୁ ଯାଉଛି । କମ୍ପାନୀର ନା ‘ସ୍ପେସ୍ ପର୍ସେପ୍କଫିଭ’ । ମହାକାଶରେ ୬ ଘଣ୍ଟା ଯାତ୍ରା କରିବା ପାଇଁ କମ୍ପାନୀ ୧୩୬୦ କାନଡିଆନ୍ ଡଲାର ଧାର୍ଯ୍ୟ କରିଛି । ଏହି ବିଦେଶ ମୁଦ୍ରା ଭାରତୀୟ ମୁଦ୍ରା ହିସାବରେ ୭୯ ହଜାର ଟଙ୍କା ହେଉଛି । କମ୍ପାନୀର ଅଫର୍ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । କାରଣ ଜେଫ୍ ବେଜୋସଙ୍କ କମ୍ପାନୀ ‘ବ୍ଲì୍ୟ ଏରିଜୋନା’ ଏବଂ ରିଚାର୍ଡ ବ୍ରେନ୍ସନ୍ଙ୍କ ‘ଭର୍ଜିନ୍ ଗ୍ୟାଲେକ୍ସି’ କମ୍ପାନୀ ତରଫରୁ ମହାକାଶ ଯାତ୍ରା କରିବା ପାଇଁ ହେଲେ ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟଟକଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁଛି । ତେବେ ଏହି କାନାଡିଆନ୍ କମ୍ପାନୀ ଏତେ କମ୍ ଟଙ୍କାର ଅଫର୍ ଦେବାର କାରଣ ହେଉଛି, ପର୍ଯ୍ୟଟକଙ୍କ ପାଇଁ ମହାକାଶ ଯାନରେ ଅଧିକ ସିଟ୍ର ବ୍ୟବସ୍ଥା ।
ଉକ୍ତ କମ୍ପାନୀର ମହାକାଶ ଯାନର ନାମ ହେଉଛି ‘ସ୍ପେସ୍ସିପ୍ ନେପ୍ଚୁନ’ । ଏଥିରେ ୨୦ ଜଣ ପର୍ଯ୍ୟଟକଙ୍କ ବସିବାର ସୁବିଧା ରହିଛି । ଏହାସହ ଯାନରେ ଶୌଚାଳୟ, ଆରାମଦାୟକ ସିଟ୍, ୱାଇଫାଇର ସୁବିଧା ମଧ୍ୟ ରହିଛି । ଯାନରେ ଆଣ୍ଟି-ଗ୍ଲାସିଅର୍ କାଚ ବ୍ୟବହାର କରାଯାଇଛି । ଏହି କାଚ ମଧ୍ୟମରେ ପୃଥିବୀ ସହିତ ଅନ୍ୟାନ୍ୟ ଉଜ୍ୱଳତମ ଗ୍ରହ ନକ୍ଷେତ୍ର ଦେଖିବାକୁ ସୁବିଧା ହେବ । ତେବେ ପୃଥିବୀ ପୃଷ୍ଠରୁ କେତେ କିଲୋମିଟର ପର୍ଯ୍ୟନ୍ତ ଏହି ମହାକାଶ ଯାନ ଉଡ଼ାଣ ଭରିବ ତାହାର ତଥ୍ୟ କମ୍ପାନୀ ପ୍ରଦାନ କରି ନାହିଁ । ଗତ ମାସ ଜୁନ୍ରୁ ଯାନର ସଫଳ ପରୀକ୍ଷଣ ହୋଇସାରିଛି, ତେବେ ଯାନର ଆହୁରୀ ପରୀକ୍ଷଣ ଚାଲିଛି । ଉକ୍ତ କାନାଡିଆନ୍ କମ୍ପାନୀ ଏହି ଯାତ୍ରାର ସୁବିଧା ୨୦୨୪ରେ ଉପଲବ୍ଧ କରିବ । ବର୍ତ୍ତମାନ ଏହି କାନାଡିଆନ୍ କମ୍ପାନୀ ଆମେରିକା ମହାକାଶ ସଂସ୍ଥା ନାସା କମ୍ପାନୀର ‘କେନେଡି ସ୍ପେସ୍ ସେଣ୍ଟର’ ସହିତ ମିଳିତ କାର୍ଯ୍ୟ କରୁଛି ।
Comments are closed.