ୱାକଫ ଆଇନ ଲାଗୁ କରିବି ନାହିଁ : ମମତା ବାନାର୍ଜୀ

0

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ପ୍ରଣୀତ ୱାକଫ ଆଇନକୁ ଲାଗୁ କରିବେ ନାହିଁ ବୋଲି ଘୋଷଣା କରି ଶନିବାର ଦିନ ମୁର୍ଶିଦାବାଦ ଜିଲ୍ଲାର ହିଂସା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଶାନ୍ତି ପାଇଁ ନିବେଦନ କରିଛନ୍ତି। ମମତ‌େ ଏକ୍ସରେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, “ଆମେ ଏହି ବିଷୟରେ ଆମର ସ୍ଥିତି ସ୍ପଷ୍ଟ କରିଛୁ – ଆମେ ଏହି ଆଇନକୁ ସମର୍ଥନ କରୁନାହୁଁ। ଏହି ଆଇନ ଆମ ରାଜ୍ୟରେ କାର୍ଯ୍ୟକାରୀ ହେବ ନାହିଁ। ତେବେ ଦଙ୍ଗା କ’ଣ ପାଇଁ ? ମମତା କହିଛନ୍ତି, “ସମସ୍ତ ଧର୍ମର ସମସ୍ତ ଲୋକଙ୍କୁ ମୋର ଆନ୍ତରିକ ନିବେଦନ, ଦୟାକରି ଶାନ୍ତ ରୁହନ୍ତୁ, ସଂଯମ ରୁହନ୍ତୁ। ଧର୍ମ ନାମରେ କୌଣସି ପ୍ରକାରର ଅଧାର୍ମିକ ଆଚରଣରେ ଲିପ୍ତ ହୁଅନ୍ତୁ ନାହିଁ। ପ୍ରତ୍ୟେକ ମଣିଷ ଜୀବନ ମୂଲ୍ୟବାନ। ରାଜନୀତି ପାଇଁ ଦଙ୍ଗାକୁ ଉସୁକାନ୍ତୁ ନାହିଁ। ଯେଉଁମାନେ ଦଙ୍ଗାକୁ ଉସୁକାାଉଛନ୍ତି ସେମାନେ ସମାଜକୁ କ୍ଷତି ପହଞ୍ଚାଉଛନ୍ତି,” ବୋଲି ମମତା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ନମାଜ ପରେ ୱକଫ ଆଇନ ବିରୋଧରେ ପ୍ରଦର୍ଶନ ହିଂସାତ୍ମକ ରୂପ ନେବା ପରେ ପ୍ରଦର୍ଶନକାରୀମାନେ ପୋଲିସ ସହିତ ସଂଘର୍ଷ କରିବାରୁ ଅତି କମରେ ୧୫ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ବଙ୍ଗଳାର ସର୍ବୋଚ୍ଚ ପୋଲିସ ଅଧିକାରୀ ରାଜୀବ କୁମାରଙ୍କ ଅନୁଯାୟୀ, ଗୁଜବ ପ୍ରଚାର ଯୋଗୁଁ ଶୁକ୍ରବାର ହିଂସାତ୍ମକ ପ୍ରତିବାଦ ହୋଇଥିଲା, ଯେଉଁଥିରେ ପୋଲିସ ଆଉଟପୋଷ୍ଟ, ରେଳବାଇ କାର୍ଯ୍ୟାଳୟ ଏବଂ ଦୋକାନ ସମେତ ବହୁ ସରକାରୀ ଯାନବାହାନ, କୋଠା ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦିଆଯାଇଥିଲା।

 

Leave A Reply

Your email address will not be published.