ଛଟ ପୂଜା ସାରି ଫେରୁଥିବା ସମୟରେ ଦୁର୍ଘଟଣା: ୯ ମୃତ

ଗୌହାଟି: ନଭେମ୍ବବର ୧୧: ଆସାମର କରିମଗଞ୍ଜ ଜିଲ୍ଲାର ଜାତୀୟ ରାଜପଥରେ ଆଜି ଏକ ମର୍ମ;ୁଦ ସଡ଼କ ଦୁର୍ଘଟଣା ଘଟିଛି । ଛଟ ପୂଜା ସାରି ଏକ ଅଟୋ ରିକ୍ସାରେ ଘରକୁ ଫେରୁଥିବା ସମୟରେ ଟ୍ରକ୍‌ ସହ ମୁହାଁମୁହିଁ ଧକା ହୋଇଛି । ଏଥିରେ ୯ ଜଣଙ୍କର ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆସାମ-ତ୍ରିପୁରା ସୀମାରେ କରିମଗଞ୍ଜ ଜିଲ୍ଲା ବୈଥାଖାଲ ଅଞ୍ଚଳ ସ୍ଥିତ 8 ନମ୍ବର ଜାତୀୟ ରାଜପଥରେ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ମୃତକମାନେ ପୂଜା ସାରି ଅଟୋରେ ଫେରୁଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ସହ ମୁହାମୁହିଁ ଧକା ହୋଇଥିଲେ । ଅଟୋରେ ମୋଟ ୧୦ ଜଣ ଥିଲେ । ୯ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ଜଣେ ଗୁରୁତର ରହିଛନ୍ତି । ଏଥିରେ ଆସାର ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମା ଗଭରୀ ଦୁଃଖ ପ୍ରକାଶ କରିବା ସହିତ ମୃତଙ୍କ ପରିବାରକୁ ୧ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

Comments are closed.