ବ୍ୟାଙ୍କକ: ମଇ ୧୧: ଧରା ପଡିଲେ ଆଉ ଜଣେ ଭଣ୍ଡ ବାବା । ଥାଇଲାଣ୍ଡ ପୋଲିସ ଗିରଫ କରିଛି ଜଣେ ଭଣ୍ଡ ବାବାଙ୍କୁ । ଏହି ବାବା ଜଣଙ୍କ ରୋଗରୁ ରକ୍ଷା ପାଇବା ପାଇଁ ତାଙ୍କ ଅନୁଗତମାନଙ୍କୁ ନିଜ ମଳ-ମୂତ୍ର ପିଇବାକୁ କହୁଥିଲେ । ଥାୱି ନାନରା ନାମକ ଏହି ଭଣ୍ଡ ବାବାଙ୍କ ବୟସ ୭୫ ବର୍ଷ । ଏହି ବାବାଙ୍କୁ ଥାଇଲାଣ୍ଡର ଛୟାଫୁମରୁ ଗିରଫ କରିଛି ପୋଲିସ । ଏହି ବାବା ଜଣଙ୍କ ଛୟାଫୁମର ଏକ ଜଙ୍ଗଲରେ ରହୁଥିଲେ । ସେଠାରୁ ପୋଲିସ ଭଣ୍ଡ ବାବାକୁ ଗିରଫ କରିଛି । ପୋଲିସକୁ ବାବା ବିରୋଧରେ ଅନେକ ପ୍ରମାଣ ମିଳିଛି । ପୋଲିସର ସୂଚନା ଅନୁସାରେ ବାବା ନିକଟକୁ ଯାଇଥିବା ଜଣେ ମହିଳା ନଫେରିବାରୁ ବାବା ସମ୍ପର୍କରେ ଜଣାପଡିଥିଲା । ପୋଲିସ ବାବା ଥାଭି ନାନରାଙ୍କୁ ଗିରଫ କରିଥିଲା । ରିପୋର୍ଟ ଅନୁସାରେ ଭଣ୍ଡ ବାବା ଆଶ୍ରମରୁ ପ୍ରାୟ ଡଜେନରୁ ଅଧିକ ଅନୁଗତଙ୍କ ସହିତ ୧୧ ଜଣଙ୍କ ମୃତଦେହ ମିଳିଥିଲା । ସେ ବାବାର କଳାକାରନାମା ଅନେକ ବର୍ଷ ଧରି ଚାଲୁଥିବା ବେଳେ ବର୍ତ୍ତମାନ ଏହାର ସମ୍ପୂର୍ଣ ସତ୍ୟ ସାମ୍ନାକୁ ଆସିଛି ।
Comments are closed.