ୟୁପି: ଅପ୍ରେଲ ୩୦୧: ବିଭିନ୍ନ ମସଜିଦରୁ ଲାଉଡ ସ୍ପିକର୍ ହଟିବା ମାମଲା । ଖାଲି ମସଜିଦ୍ ନୁହେଁ ବରଂ ମନ୍ଦିର, ମସଜିଦ ଠାରୁ ଚର୍ଚ୍ଚ ଓ ଗୁରୁଦ୍ୱାରା ପର୍ଯ୍ୟନ୍ତ ସବୁ ଧର୍ମାନୁଷ୍ଠାନରୁ ଖୋଲା ଚାଲିଛି ମାଇକ । ଯୁଦ୍ଧକାଳୀନ ଭିତ୍ତିରେ ମାଇକ୍ ହଟାଇବା ଅଭିଜାନରେ ୟୁପି ସରକାର । ଯେଉଁ ସ୍ଥାନମାନଙ୍କରେ ଲାଉଡ ସ୍ପିକର ଲଗାଇବାକୁ ଅନୁମତି ଦିଆଯାଇଛି, ସେସବୁର ଶବ୍ଦ ଯେପରି ପରିସର ବାହାରକୁ ନଯାଏଁ, ସେଥିପାଇଁ ତାଗିଦ କରାଯାଇଛି । ଏବେ ସୁଦ୍ଧା ପ୍ରାୟ ୧୧ ହଜାର ଲାଉଡ ସ୍ପିକର ବିଭିନ୍ନ ଧର୍ମାନୁଷ୍ଠାନରୁ ବାହାର କରାସାରିଲାଣି । ୩୫ ହଜାର ଲାଉଡ ସ୍ପିକରର ଭଲ୍ୟୁମ କମ୍ କରାଯାଇଛି ।ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍ସ୍ପିକର ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରିଥିଲେ । ତେବେ ଏହା ସତ୍ତେ୍ୱ ଯଦି କେହି ଏହାକୁ ଉଲଙ୍ଘନ କରିବାକୁ ଚେଷ୍ଟା କରେ ତେବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି । ସେପଟେ ୟୁପି ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଦୂରଇ ରହିବା ପାଇଁ ସରକାର ଏଥିରେ ମାତିଥିବା ସେ କହିଛନ୍ତି ।
Comments are closed.