ପ୍ରଶ୍ନପତ୍ର ଲିକ ଘଟଣାରେ ୧୨ ଗିରଫ

ବରଗଡ଼ : ବରପାଲି +୩ କଲେଜର ପ୍ରଶ୍ନପତ୍ର ଲିକ ଘଟଣାରେ ୧୨ ଗିରଫ I ଏମାନଙ୍କ ମଧ୍ୟରୁ ୧୦ ଜଣ ଛାତ୍ର ଥିବାବେଳେ ଜଣେ ସମ୍ପୃକ୍ତ ମହାବିଦ୍ୟାଳୟର କିରାଣୀ ଏବଂ ଆଉ ଜଣେ କମ୍ପ୍ୟୁଟର ଦୋକାନୀ ଅଛନ୍ତି I ପୋଲିସ କେସ ନଂ ୨୯/୨୫.ଆଇପିସି ୩୧୮(୪)୬୧୨,୬୬ ଆଇ ଟି ଆର (୯) ଧାରା ରେ ଗିରଫ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି । ଗତକାଲି ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ଯୁକ୍ତ ତିନିର ତୃତୀୟ ସେମିଷ୍ଟାର ପରୀକ୍ଷା ଚାଲିଥିଲା। ଏହି ସମୟରେ ସ୍କ୍ବାଡ୍ ଚେକିଂ ପାଇଁ ଆସିଥିଲେ। ଚେକିଂ ବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଥିଲା।

ସୂଚନାରୁ ପ୍ରକାଶ ଗତ ୨୯ ତାରିଖରେ ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ଯୁକ୍ତ ୩ ତୃତୀୟ ସେମିଷ୍ଟର ଚାଲଥିବା ସମୟରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିଥିଲା । ସ୍କ୍ୱାଡ୍ ଟିମ୍ ଯାଞ୍ଚ୍ କରୁଥିବା ସମୟରେ କିଛି ଛାତ୍ରଙ୍କ ପାଖରୁ ସମାନ ପ୍ରଶ୍ନପତ୍ର ଓ ଉତ୍ତରପତ୍ର ଦେଖିବାକୁ ପାଇଥିଲେ । ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାସଙ୍କୁ ଖବର ଦିଆଯିବା ପରେ ସେ ହଲକୁ ଆସି ତଦାରଖ କରିଥିଲେ । ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜାଣି ସେ ତୁରନ୍ତ ବରପାଲି ଥାନାରେ ଏତଲା ଦେଇଥିଲେ । ଏହା ପରେ ପୋଲିସ ଅଧିକ ଛାନଭିନ୍ କରିଥିଲା । ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତ ଅଛି, ଏହି ଚେର କେତେ ଯାଏଁ ଲମ୍ବିଛି ତାହାର ତଦନ୍ତ କରୁଛି ପୋଲିସ।

Har Ghar Tiranga