ଆସାମରେ ବିକଟ ବନ୍ୟା ପରିସ୍ଥିତି

ନୂଆଦିଲ୍ଲୀ: ଜୁନ ୩୦: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର । ବୁଧବାର ପୁଣି ୧୨ଜଣଙ୍କ ଜୀବନ ଯାଇଥିବା ସୂଚନା କହିଛି । ଜିଲ୍ଲାରେ ୨ଜଣ ଲେଖାଏଁ ହୋଇ ବାରପେଟା, ବିଶ୍ୱନାଥ, ଡାରଙ୍ଗ, ଧେମଜି, ଗୋଲଘାଟ, କାମରୂପ ମେଟ୍ରୋପଲିଟାନ, ଲକ୍ଷ୍ମୀପୁର ଏବଂ ନାଗାଓଁରେ ଜଣେ ଲେଖାଏଁ ମରିଛନ୍ତି । ଏଥିରେ ପ୍ରାୟ ପୁରା ୨୬ ଜିଲ୍ଲା ପ୍ରଭାବିତ ହୋଇଛି । ଅନେକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ କାଛ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଭାବରେ ରହିଆସିଛି ଏବଂ ପ୍ରାୟ ୧୪.୩୧ ଲକ୍ଷ ଲୋକ ଏହି ବିପର୍ଯ୍ୟୟର ଶିକାର ହୋଇଛନ୍ତି । କେବଳ ସିଲଚରରେ ବନ୍ୟା ପରିସ୍ଥିତି ଅତି କମରେ ୭,୨୫, ୩୦୬ ଲୋକଙ୍କୁ ପ୍ରଭାବିତ କରିଛି । ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେଠାକାର ପ୍ରଶାସନିକ ସ୍ତରରୁ ସୂଚନା ମିଳିଛି ।

Comments are closed.