ନୂଆଦିଲ୍ଲୀ : ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା ବିଗୁଲ ବାଜିବାକୁ ଆଉ ଦିନ କେଇଟା ବାକି ଅଛି । ଆଗପଛ ହୋଇ ଅଂଶଗ୍ରହଣକାରୀ ପ୍ରତିଯୋଗୀ ବର୍ମିଂହାମ ପହଞ୍ଚି ସାରିଲେଣି । ଭାରତ ମଧ୍ୟ ଏକ ଶକ୍ତିଶାଳୀ ପ୍ରତିଯୋଗୀ ମଣ୍ଡଳୀ ସହ ରାଜ୍ୟଗୋଷ୍ଠୀ କ୍ରୀଡା ରଣାଙ୍ଗନକୁ ଓହ୍ଲାଇବାକ୍ୁ ଯାଉଛି । ତେବେ ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ଭାରତୀୟଙ୍କ ପ୍ରଦର୍ଶନର ୧୫ ବିଶେଷ ଘଟଣା ସମ୍ପର୍କରେ ଜାଣିବା ।…

୧) ୧୯୩୪ ଲଣ୍ଡନ ରାଜ୍ୟଗୋଷ୍ଠୀ କ୍ରୀଡା ସଂସ୍କରଣରେ ଭାରତ ପ୍ରଥମ ପଦକ ଜିିତିଥିଲା । କୁସ୍ତିଯୋଦ୍ଧା ରସିଦ ଅନୱର ପ୍ରଥମ ପଦକ ସଫଳତା ଦେଇଥିଲେ । ଏହି ସଂସ୍କରଣରେ ଭାରତ ପ୍ରଥମଥର ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଥିଲା ।
୨) ୧୯୩୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ମାତ୍ର ୬ ଜଣ ଭାରତୀୟ ଆଥଲେଟ୍ ଭାଗ ନେଇଥିଲେ ।
୩) ୬ ଜଣ ଭାରତୀୟ କେବଳ ଆଥଲେଟିକ୍ସ ଓ ରେସଲିଂ ବର୍ଗରେ ନେଇଥିଲେ ।

୪) ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡା ସଂସ୍କରଣରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା । କାର୍ଡିଫ୍ରେ ଅନୁଷ୍ଠିତ ଏହି ସଂସ୍କରଣରେ ଫ୍ଲାଇଙ୍ଗସିକ୍ ଭାବେ ପରିଚିତ ମିଲ୍ଖା ସିଂ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ ।
୫) କାନାଡାର ଏଜ୍ବଷ୍ଟନ୍ ୧୯୭୮ ସଂସ୍କରଣରେ ଭାରତ ଦୁଇ ମହିଳା ପ୍ରତିଯୋଗୀ ହାମିଘିଆ ଓ କନୱାଲ ଥାକର ସିଂ ବ୍ରୋଞ୍ଜ ପଦକ ଜିତିଥିଲେ ।

୬) ମିଲ୍ଖା ସିଂ ସ୍ୱର୍ଣ୍ଣ ପଦକ ଜିତିବାର ୫୨ ବର୍ଷ ପରେ କ୍ରିଷ୍ଣା ପୁନିଆ ଦ୍ୱିତୀୟ ଆଥଲେଟ୍ସ ଭାବେ ଦେଶ ପାଇଁ ସ୍ୱର୍ଣ୍ଣିମ ସଫଳତା ଆଣିଦେଇଥିଲେ । ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡାର ଡିସ୍କସ୍ ଥ୍ରୋ’ରେ କ୍ରିଷ୍ଣା ପୁନିଆ ସ୍ୱର୍ଣ୍ଣ ଜିତିଥିଲେ ।
୭) ୧୯୯୮ କ୍ୱାଲାଲମ୍ପୁର୍ ସଂସ୍କରଣରେ ମହିଳା ସୁଟର ରୂପା ଉନିକ୍ରିଷ୍ଣନ ଇତିହାସ ରଚିଥିଲେ । ସେ ମହିଳା ୫୦ ମିଟର ରାଇଫଲ ପ୍ରୋନ୍ରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୮) ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ଭାରତ ମୋଟ୍ ୫୦୩ଟି ପଦକ ଜିତିଛି ।
୯) ଭାରତ ୧୯୩୮ ସିଡନୀ ଓ ୧୯୫୪ ଭାଙ୍କୋଭର ରାଜ୍ୟଗୋଷ୍ଠୀ କ୍ରୀଡା ସଂସ୍କରଣରେ ଆଦୌ ପଦକ ଜିତିପାରିନଥିଲା ।
୧୦) ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜକ ଭୋଟିଂରେ ଭାରତ ୪୬-୨୨ ବ୍ୟବଧାନରେ ଏଡମଣ୍ଟନକୁ ପଛରେ ପକାଇ ଆୟୋଜକ ଅଧିକାର ହାସଲ କରିଥିଲା ।

୧୧) ୧୯୬୬ ଜାମାଇକା ସଂସ୍କରଣରେ ଭାରତର ବିଆର୍ ଚୋପ୍ରା ପୁରୁଷ ହାମର ଥ୍ରୋ’ରେ ରୌପ୍ୟ ପଦକ ଜିତିଥିଲେ ।
୧୨) ୨୦୦୨ ସଂସ୍କରଣ ପରଠୁ ଭାରତ କ୍ରମାଗତ ଭାବେ ପଦକ ତାଲିକାରେ ଶ୍ରେଷ୍ଠ ୫ ମଧ୍ୟରେ ରହିଆସୁଛି ।
୧୩) ଡିସ୍କସ୍ ଥ୍ରୋୟର ରଞ୍ଜିତ କୁମାର ଭାରତର ପ୍ରଥମ ପାରା ଆଥଲେଟ୍ ଭାବେ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡା ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିଲେ ।

୧୪) ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସବୁଠୁ ସଫଳ ପ୍ରତିଯୋଗୀ ଭାବେ ସୁଟର ଯଶପାଲ ରାଣା ସର୍ବାଧିକ ୧୫ ପଦକ ଜିତିଛନ୍ତି ।
୧୫) ଏଥର ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ସଂସ୍କରଣରେ ଭାରତର ୩୨୨ ଜଣିଆ ଶକ୍ତିଶାଳୀ ଦଳ ଭାଗ ନେବାକୁ ଯାଉଛି । ପୂର୍ବରୁ ୨୦୧୦ ଦିଲ୍ଲୀ ସଂସ୍କରଣରେ ଭାରତର ୪୯୫ ଜଣ କ୍ରୀଡାବିତ୍ ଅଂଶଗ୍ରହଣ କରିଥିଲେ ।
Comments are closed.