ଆନ୍ଧ୍ରରେ ବନ୍ୟା: ୧୭ ମୃତ ଓ ୧୦୦ ନିଖୋଜ

ତିରୁପତି: ନଭେମ୍ବର ୨୦: ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତକାଲିଠାରୁ ଆନ୍ଧ୍ରପ୍ରଦେଶରେ ଲଗାତାର ବର୍ଷା ହେଉଛି । ଫଳରେ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚିତୁର, କଡ଼ପା, କୁର୍ଣ୍ଣୁଲ ଏବଂ ଅନନ୍ତପୁର ଆଦି ରାୟଲସୀମା ଜିଲ୍ଲାରେ ଅଚାନକ ବନ୍ୟା ପାଣି ମାଡ଼ିଯାଇଛି । ଏଥିରେ ବିଭିନ୍ନ ସ୍ଥାନରୁ ୧୭ ଜଣ ମୃତ ହେବା ସହ ପ୍ରାୟ ୧୦୦ ଜଣ ନିଖୋଜ ଥିବା ସୂଚନା ମିଳିଛି । ତେବେ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ତିରୁପତିରେ କେତେକ ପର୍ଯ୍ୟଟକ ନିଖୋଜ ଥିବା ଖରବ ମଧ୍ୟ ରହିଛି । ତଲାସି ଓ ଉଦ୍ଧାର ଅଭିଯାନରେ ପୁଲିସ ଟିମ୍‌, ରାଜସ୍ୱ ଓ ଅଗ୍ନିଶମ ବିଭାଗ ସମେତ ପ୍ରାୟ ୭ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଲାଗିପଡ଼ିଛନ୍ତି ।
ଆନ୍ଧ୍ରରେ ବନ୍ୟା: ୧୭ ମୃତ ଓ ୧୦୦ ନିଖୋଜ

ବନ୍ୟା ଯୋଗୁଁ ଚେୟୁରୁ ନଦୀ ଫୁଲି ଅନ୍ନମାୟା ଜଳସେଚନ ପ୍ରକଳ୍ପରେ ବନ୍ୟା ପାଣି ମାଡ଼ିଯାଇଛି । ଫଳରେ ରାଜମପେଟ ବିଧାନସଭା ନିର୍ବାଚନ ମଣ୍ଡଳୀର କେତେକ ମଣ୍ଡଳ ଏବଂ କଡ଼ପା ଜିଲ୍ଲାର ଅନ୍ୟ କେତେକ ପ୍ରାନ୍ତକୁ ପାଣି ମାଡ଼ିଯାଇଛି । ରାଜମପେଟ ମଣ୍ଡଳର ମଣ୍ଡାପଲ୍ଲୀ, ଆକେପାଡୁ ଏବଂ ନନ୍ଦଲୁରୁ ଗ୍ରାମରୁ ଭାସି ଯାଇଥିବା ପ୍ରାୟ ୩୦ଜଣ ବ୍ୟକ୍ତିଙ୍କ ପତ୍ତା ଏର୍ଯ୍ୟନ୍ତ ମିଳିନି ।
ଆନ୍ଧ୍ରରେ ବନ୍ୟା: ୧୭ ମୃତ ଓ ୧୦୦ ନିଖୋଜ

ସେହିପରି, ରାମପୁରମ୍‌ ନିକଟରେ ଆନ୍ଧ୍ର ସଡ଼କ ପରିବହନ ନିଗମର ୩ଟି ବସ୍‌ରେ ହଠାତ୍‌ ବନ୍ୟା ପାଣିରେ ଫସିଯାଇଥିଲା । ଏଥିରେ ୧୨ଜଣ ଭାସି ଯାଇଥିଲେ । ଅଗ୍ନିଶମ ସେବା କର୍ମଚାରୀମାନେ ଅଧିକାଂଶ ଯାତ୍ରୀ ଏବଂ ଆନ୍ଧ୍ର ସଡ଼କ ପରିବହନ ନିଗମର କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଭାସିଯାଇଥିବା ବ୍ୟକ୍ତିଙ୍କର ମୃତ ଶରୀର ରାଜମପେଟ ମଣ୍ଡଳର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଥିଲା । ଗାନ୍ଦଲୁରୁ ନିକଟରୁ ୭ଜଣ, ରାୟବରମ ନିକଟରୁ ୩ଜଣ ଏବଂ ମଣ୍ଡାପଲ୍ଲୀ ନିକଟରେ ୨ଜଣଙ୍କ ଶବ ଉଦ୍ଧାର କରାଯାଇଛି ।
ଆନ୍ଧ୍ରରେ ବନ୍ୟା: ୧୭ ମୃତ ଓ ୧୦୦ ନିଖୋଜ

ବିଭିନ୍ନ ସ୍ଥାନରେ ବନ୍ୟା ପାଣି ପଶି ଯିବାରୁ ଗମନାଗମନ ବ୍ୟବସ୍ଥାରେ ବାଧା ଉପୁଜିଛି । ରେଳଧାରଣା ଏବଂ ଜାତୀୟ ରାଜପଥ ନଷ୍ଟ ହେବା ସହ ତିରୁପତି ଏବଂ କଡ଼ପା ମଧ୍ୟରେ ଥିବା ରେଳ ଓ ସଡ଼କ ପରିବହନ ବ୍ୟବସ୍ଥା ସମୂର୍ଣ୍ଣ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି ।

Comments are closed.