ନୂଆଦିଲ୍ଲୀ: ପାକିସ୍ତାନ କେବେ ବି ନିଜ ପ୍ରକୃତି ଛାଡିବନିଛ ସବୁବେଳେ କିଛି ନା କିଛି କରି ଚର୍ଚ୍ଚାରେ ରହିଥାଏ । ତେବେ ଏହା ମଧ୍ୟରୁ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗତ ୯ ମାସ ମଧ୍ୟରେ ପଡୋଶୀ ପାକିସ୍ତାନରୁ ଭାରତୀୟ ଅଞ୍ଚଳକୁ ୧୯୧ଟି ଡ୍ରୋନ୍ ବେଆଇନ ଭାବେ ପ୍ରବେଶ କରିଛି ।
ପାକିସ୍ତାନ ପାଶ୍ୱର୍ରୁ ଏଭଳି ଡ୍ରୋନ ପ୍ରବେଶ ଉପରେ ନଜର ରଖିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ- ପାକିସ୍ତାନ ସୀମାରେ ମୁତୟନ ସୁରକ୍ଷାବାହିନୀର ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଏହି ସୂଚନା ପ୍ରଦାନ କରିଛନ୍ତି । ଭାରତୀୟ ପରିସରରେ ପ୍ରବେଶ କରିଥିବା ୧୯୧ ଡ୍ରୋନ ମଧ୍ୟରୁ ୧୭୧ଟି ପଞ୍ଜାବ ସେକଫର ସ୍ଥିତ ଭାରତୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷେ ୨୦ଟି ଡ୍ରୋନ୍ ଜମ୍ମୁ ସେକଫରେ ପ୍ରବେଶ କରିଥିଲା । ଜାନୁଆରୀ୧, ୨୦୨୨ରୁ ସେପେଫମ୍ବର ୩୦, ୨୦୨୨ ମଧ୍ୟରେ ଏହି ଡ୍ରୋନଗୁଡିକ ଭାରତୀୟ ପରିସରରେ ପ୍ରବେଶ କରିଥିବା ଜଣାପଡିଛି । ଏଥିମଧ୍ୟରୁ ୭ଟି ଡ୍ରୋନକୁ ବିଏସଏଫ ଦ୍ୱାରା ଗୁଳି କରି ଖସାଇ ଦିଆଯାଇଛି । ପଞ୍ଜାବର ଅମୃତସର, ଫିରୋଜପୁର ଏବଂ ଅବୋହରରେ ବିଏସଏଫ୍ ଦ୍ୱାରା ୭ଟି ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା ।
Comments are closed.