୨ ଦିନ ମଧ୍ୟରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ

0

ଭୁବନେଶ୍ୱର : ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଆଜି ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଉ ବିଳମ୍ବ ହେବନି, ଛାତ୍ରଛାତ୍ରୀ ବ୍ୟସ୍ତ ହୁଅନ୍ତୁ ନାହିଁ’ । ଯୁକ୍ତ ୩ ଆବେଦନର ଆଜି ଶେଷ ତାରିଖ । ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି ପାଇଁ ନିବେଦନ କରିବୁ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଅନ୍ୟପକ୍ଷରେ ଆଜି ଯୁକ୍ତ ୩ ଆବେଦନର ଶେଷ ତାରିଖ ରହିଛି। ଯୁକ୍ତ ଦୁଇ ରେଜଲ୍ଟ ବାହାରି ନଥିବାରୁ ପିଲାମାନେ ଯୁକ୍ତ ୩ ପାଇଁ ଆବେଦନ କରି ପାରି ନାହାନ୍ତି। ଏନେଇ ଅଭିଯୋଗ ଆସିବା ପରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଯୁକ୍ତ ୩ ଆବେଦନ ଅବଧି ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ସହ କଥା ହୋଇଛୁ। ସମୟସୀମା ବୃଦ୍ଧି ପାଇଁ ଆଲୋଚନା ହୋଇଛି। ସମୟସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ୨୭ ତାରିଖରେ ପରୀକ୍ଷା ସରିଥିଲ। ୧୨୭୬ ସେଣ୍ଟରରେ ସମୁଦାୟ ୩ ଲକ୍ଷ ୯୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।। ସବୁ ସେଣ୍ଟରରେ ସିସିଟିଭିର ବ୍ୟବସ୍ଥା କରାଯାଇଥିଲା।

Leave A Reply

Your email address will not be published.