ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠାର ହେଲା ଅନ୍ତ । ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଅପରାହ୍ନରେ ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ଜଣାପଡ଼ିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ଫଳ ଏକାସାଙ୍ଗେ ପ୍ରକାଶ ପାଇବ ।
ଏହାର ୧ ଘଣ୍ଟା ପରେ ପରୀକ୍ଷାର୍ଥୀମାନେ www.result. odisha.gov.in, www.result. digilocker.gov.in ୱେବ୍ସାଇଟ୍ରେ ପରୀକ୍ଷା ଫଳ ଦେଖିପାରିବେ । ଏନେଇ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଚଳିତ ବର୍ଷ ଫେବୃଆରୀ ୧୮ ରୁ ଆରମ୍ଭ ହୋଇଥିଲା ପରୀକ୍ଷା। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ମିଶାଇ ୩ ଲକ୍ଷ ୯୨ ହଜାରରୁ ଅଧିକ ପିଲା ଫର୍ମ ପୂରଣ କରିଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୬ ହଜାର ପରୀକ୍ଷାର୍ଥୀ ରହିଛନ୍ତି । ବିଜ୍ଞାନରେ ପ୍ରାୟ ୧ଲକ୍ଷ ୧୫ ହଜାର, ବାଣିଜ୍ୟରେ ୨୫ ହଜାର ଓ ଧନ୍ଦାମୂଳକ ବିଭାଗରେ ୫ ହଜାର ୭୦୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । ୩ ଲକ୍ଷ ୯୩ ହଜାର ୬୧୬ ଜଣ ପିଲାଙ୍କ ପାଇଁ କରାଯାଇଥିଲା ୧ ହଜାର ୨୭୬ ପରୀକ୍ଷା କେନ୍ଦ୍ର।