କାବୁଲ୍‌ର ଏକ ଗୁରୁଦ୍ୱାରରେ ବିସ୍ପୋରଣ: ଘଟଣାକୁ ନିନ୍ଦା କଲେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ

କାବୁଲ: ଜୁନ୍‌ ୧୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ସକାଳ ସମୟରେ ଏକ ଗୁରୁଦ୍ୱାର ନିକଟରେ ବିସ୍ପୋରଣ ଘଟିଛି । ସ୍ଥାନୀୟ ଏକ ଟିଭିନୁ୍ୟଜର ସୂଚନା ଅନୁସାରେ, ଗୁରୁଦ୍ୱାର ନିକଟସ୍ଥ ଏକ ବ୍ୟସ୍ତବହୁଳ ରାସ୍ତାରେ ବିସ୍ପୋରଣଟି ଘଟିଥିଲା । ତେବେ ଏଥିରେ ଦୁଇ ଜଣଙ୍କର ପ୍ରାଣହାନି ହୋଇଥିବା ସୂଚନା ରହିଛି । ଅନ୍ୟ ଏକ ନୁ୍ୟଜ୍‌ ଅନୁସାରେ, କାବୁଲ ସହରର କାର୍‌ତେ ପାରୱାନ୍‌ ଅଞ୍ଚଳରେ ବିସ୍ପୋରଣଟି ଘଟିଛି । ସୁରକ୍ଷା ବାହିନୀ ଏହି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କାବୁଲ୍‌ର ଏକ ଗୁରୁଦ୍ୱାରରେ ବିସ୍ପୋରଣ: ଘଟଣାକୁ ନିନ୍ଦା କଲେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ

ଏହି ଘଟଣାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ନିନ୍ଦା କରିଛନ୍ତି । ସେ ଟୁଇଟ୍‌ କରି କହିଛନ୍ତିଯେ, ଗୁରୁଦ୍ୱାର କାର୍‌ତେ ପାରୱାନରେ ହୋଇଥିବା ଭୟଭୀତ ଆକ୍ରମଣକୁ ସମସ୍ତେ କଡ଼ା ନିନ୍ଦା କରିବା ଉଚିତ୍‌ । ଏହି ଖବର ମିଳିବା ପରଠାରୁ ଆମେ ଘଟଣା ଉପରେ ତୀå ନଜର ରଖିଛୁ । ଆମର ପ୍ରଥମ ଏବଂ ମୁଖ୍ୟ ଚିନ୍ତା ହେଉଛି ସମ୍ପ୍ରଦାୟର କଲ୍ୟାଣ ।

ସୂଚନା ଥାଉଯେ, ୧୧ ଜୁନ୍‌ରେ କାବୁଲର ବାଟଖକ୍‌ ସ୍କୋୟାରରେ ବିସ୍ପୋରଣରେ ଅନେକ ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ଏକ ସାଇକେଲରେ ବିସ୍ପୋରକ ପଦାର୍ଥ ଖଞ୍ଜା ଯାଇଥିଲା । ସେହିପରି, ମେ ୨୫ ରେ ବାଲଖ ପ୍ରଦେଶର ରାଜଧାନୀରେ ତିନୋଟି ବିସ୍ପୋରଣ ଘଟଣାରେ ୯ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ ।

Comments are closed.