୨ ଶିଶୁଙ୍କୁ ଛାଡି ନଦୀକୁ ଡେଇଁ ପଡିଲା ମା’

ଯାଜପୁର : ଶୌଚ ହେବାକୁ ଆସି ନଦୀକୁ ଡେଇଁ ପଡିଲେ ମା’ I ଯାଜପୁର ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥର ସାହାପୁରବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ମହିଳା ଜଣକ ନିଖୋଜ ହୋଇଯାଇଛନ୍ତି । ତେବେ ନଦୀକୁ ଡେଇଁବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ I

ଘଟଣାରୁ ପ୍ରକାଶ କି ମହିଳା ଜଣଙ୍କ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ମସୁଦପୁର ଅଞ୍ଚଳର କୁନି ମୁଣ୍ଡା I ୪ ମାସ ପୂର୍ବରୁ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇ କେଉଁ ଆଡେ ଚାଲିଯାଇଛନ୍ତି I ସ୍ୱାମୀ ଯିବାପରେ କୁନି ନିଜର ୨ ପିଲାଙ୍କ ସହ ଏକାକୀ ରହୁଥିଲେ କୁନି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ୮ ବର୍ଷ ଓ ଜଣଙ୍କୁ ୫ ବର୍ଷ।

ଗତକାଲି ସନ୍ଧ୍ୟାରେ କୁନି ଖରସ୍ରୋତା ନଦୀକୁ ଶୌଚ ହେବାକୁ ଯାଇ ସାହାପୁର ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପାଣିକୋଇଲି ପୁଲିସକୁ ଖବର ଦେଇଥିଲେ । ପାଣିକୋଇଲି ପୁଲିସ୍‌ ଓ ବରୀ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ଗତକାଲି ନିଖୋଜ ମହିଳାଙ୍କର ସନ୍ଧାନ ମିଳି ପାରି ନ ଥିଲା। ଆଜି ସକାଳେ କିଛି ଲୋକ ନଦୀରେ ଗାଧୋଉଥିବା ସମୟରେ ବ୍ରିଜରୁ ପାଖାପାଖି ଏକ କିଲୋମିଟର ଦୂରରେ ମହିଳାଙ୍କ ଶବ ଭାସୁଥିବା ଦେଖି ମୃତଦେହକୁ ଉଦ୍ଧାର କରିଛନ୍ତି । ପାଣିକୋଇଲି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ତେବେ କୁନିଙ୍କ ନଦୀକୁ ଡେଇଁବା କାରଣ ଜଣାପଡ଼ିନି ।

Comments are closed.