ମାଲକାନାଗିରି : ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କାଲିମେଳା ଏମଭି ୭୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁହେଁ ହେଲେ ମନ୍ଦିରା ଶୋଡି ଏବଂ ଯୋତୀ ହାଲଦାର୍ (୧୨)। ଦୁହେଁ ଦୁଇଦିନ ଧରି ନିଖୋଜ ଥିଲେ । ଦୁହିଁଙ୍କ ନିଖୋଜ ଥିବା ନେଇ ଖବର ଏମଭି ୭୯ ଥାନାରେ ଏତଲା ଦେଇଥିଲେ ପରିବାରେ ଲୋକେ । ପରେ ଏମଭି ୭୯ ପୋଲିସ ଏମଭି ୭୨ ପ୍ରାଥମିକ ବିଦ୍ୟାଳୟକୁ କୁ ଯାଇ ତଦନ୍ତ ଜାରି ରଖିଥିଲେ । ଆଜି ଏମଭି ୪୧ ନାଳ ନିକଟରେ ଏକ ଗଛରେ ଦୁହିଁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)