ସୁସ୍ଥ ଚକ୍ଷୁର ନିୟମ ‘୨୦-୨୦-୨୦’

ଡିଜିଟାଲ ଯୁଗରେ ଲୋକଙ୍କ ସ୍କ୍ରିନ୍‌ ସମୟ ବହୁତ ବୃଦ୍ଧି ପାଇଛି । ଅର୍ଥାତ ବର୍ତ୍ତମାନ ଲୋକମାନେ ମୋବାଇଲରେ ଅଧିକ ସମୟ ବିତାଉଛନ୍ତି । କରୋନା ମହାମାରୀର ଲକଡାଉନ କାରଣରୁ ସ୍କ୍ରିନିଂ ଟାଇମ ବଢ଼ିଛି । ହେଲେ ଏହା ଆପଣଙ୍କ ଆଖି ପାଇଁ କ୍ଷତିକାରକ । ଯଦି ଆପଣ ଫୋନ ବିନା କାମ କରିପାରୁନାହାଁନ୍ତି, ତେବେ ଆପଣ ୨୦-୨୦-୨୦ ନିୟମ ପାଳନ କରି ଆଖିକୁ ସୁସ୍ଥ ଏବଂ ସୁରକ୍ଷିତ କରିପାରିବେ ।
 ସୁସ୍ଥ ଚକ୍ଷୁର ନିୟମ ‘୨୦-୨୦-୨୦’

ଯେଉଁ ଲୋକ୨ ଘଣ୍ଟା ଲାପଟପ୍‌ କିମ୍ବା ମୋବାଇ ସାମ୍ନାରେ ସମୟ ବିତାଉଛନ୍ତି, ସେମାନଙ୍କୁ ଡିଜିଟାଲ୍‌ ଆଖି ଷ୍ଟ୍ରେନ୍‌ ହେବାର ଆଶଙ୍କା ରହିଛି । କି;ୁ ଭାରତରେ ଏହି ସ୍କ୍ରିନି ଟାଇମିଂ ହାରାହାରି ୭ ଘଣ୍ଟା ହୋଇଯାଇଛି । ଏହି କାରଣ ଆଖି ପାଇଁ ଅଧିକ ବିପଦ ସାଜିଛି । ଦୀର୍ଘ ସମୟ ଧରି ସ୍କ୍ରିନରେ ସମୟ ବିତାଇବା ଦ୍ୱାରା ଆଖିରେ ପାଣି, ଶୁଷ୍କତା ଭଳି ସମସ୍ୟା ଦେଖାଯାଏ । ତେବେ ଆପଣ ୨୦-୨୦-୨୦ ନିୟମର ଧ୍ୟାନ ରଖିବା ଉଚିତ୍‌, ଯାହା ଚକ୍ଷୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ।

ଆପଣ ଭାବୁଥିବା ୨୦-୨୦-୨୦ ନିୟମ କ’ଣ ? ଏହି ନିୟମ ହେଉଛି ଯେତେବେଳେ ବି ଆପଣ ୨୦ ମିନିଟ୍‌ ପାଇଁ କ୍ରମାଗତ ଭାବରେ ମୋବାଇଲ କିମ୍ବା ଲାପଟପ୍‌କୁ ଦେଖନ୍ତି, ତେବେ ଆପଣ ୨୦ ମିନିଟ୍‌ ପରେ ଆଖିରେ ବ୍ରେକ୍‌ ଦେବା ଉଚିତ । ଅର୍ଥାତ ୨୦ ମିନିଟ୍‌ ସ୍କ୍ରିନ ଦେଖିବା ପରେ ୨୦ ଫୁଟ ଦୂରରେ ଦେଖ;ୁ ଏବଂ ୨୦ ସେକେଣ୍ଡର ବିରତି ନିଅ;ୁ ।
 ସୁସ୍ଥ ଚକ୍ଷୁର ନିୟମ ‘୨୦-୨୦-୨୦’

ଏହା ପରେ ପୁଣି ଥରେ ସ୍କ୍ରିନକୁ ଦେଖନ୍ତୁ । ଏହା ବ୍ୟତୀତ ବାରମ୍ବାର ଆଖିକୁ ମିଟିମିଟି କରନ୍ତୁ । ଏହା କରିବା ଦ୍ୱାରା ଆଖିକୁ ବହୁତ ଲାଭ ମିଳିଥାଏ ।

Comments are closed.