ସୁରକ୍ଷା ଦୃଷ୍ଟିରୁ ସ୍ଥଗିତ ରହିଲା ୨୦୨୫ ଆଇପିଏଲ ମ୍ୟାଚ

0

ଭୁବନେଶ୍ୱର : BCCIର ବଡ଼ ନିଷ୍ପତ୍ତି,ସ୍ଥଗିତ ରହିଲା ୨୦୨୫ ଆଇପିଏଲ ମ୍ୟାଚ । ଯୁଦ୍ଧ ଆଶଙ୍କା ମଧ୍ୟରେ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷର ଆଇପିଏଲ୍ ମ୍ୟାଚ୍ କୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ଘୋଷଣା କରାଯାଇଛି । ଏ ନେଇ ବିସିସିଆଇ ପକ୍ଷରୁ ଆଜି ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ ଆପିଏଲ୍ ମ୍ୟାଚ୍ ବନ୍ଦ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ଏବଂ ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ବିସିସିଆଇ । ଗଣମାଧ୍ୟମକୁ ବିସିସିଆଇର ଜଣେ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶରେ ଯୁଦ୍ଧ ଚାଲିଥିବାବେଳେ ପଡ଼ିଆରେ କ୍ରିକେଟ୍ ମ୍ୟାଚ୍ ଚାଲିବା ନିରାଶାଜନକ । ଏବେ ବିସିସିଆଇର ପ୍ରଥମ ପ୍ରାଥମିକତା ହେଉଛି ବିଦେଶୀ ଖେଳାଳିମାନଙ୍କୁ ସୁରକ୍ଷିତ ଘରକୁ ପଠାଇବା , ସୁରକ୍ଷା ଦୃଷ୍ଟିରୁ ଏପରି କ୍ୟାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଖୁବ୍ ଶୀଘ୍ର ବିସିସିଆଇ ନୂତନ ତାରିଖ ଘୋଷଣା କରିବ ।

ବର୍ତ୍ତମାନ ସୁଦ୍ଧା ଚଳିତ ସିଜିନରେ ୫୭ଟି ମ୍ୟାଚ୍ ଖେଳାଯାଇଛି । ୫୮ ତମ ମ୍ୟାଚ୍ ମେ’୮ ତାରିଖରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା । କିନ୍ତୁ ଏହାକୁ ମଝିରେ ହିଁ ବନ୍ଦ କରିଦିଆଯାଇଥିଲା, ସୁରକ୍ଷା କାରଣରୁ ଏମିତି ଘଟିଥିଲା। ସେତେବେଳେ ପଞ୍ଜାବ କିଙ୍ଗସ୍ ବ୍ୟାଟିଂ କରୁଥିଲା ଏବଂ ୧୦.୧ ଓଭର ଖେଳ ସରିଯାଇଥିଲା । ହେଲେ ଏହାପରେ ଫ୍ଲଡଲାଇଟ୍ ଲିଭାଯିବା ସହିତ ମ୍ୟାଚ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନାନୁସାରେ,ଚଳିତ ବର୍ଷ ଆଇପିଏଲ ମ୍ୟାଚ ୨୨ ମାର୍ଚ୍ଚରେ ଆରମ୍ଭ ହୋଇଥିବାବେଳେ ମେ ୨୫ରେ ଖେଳ ସରିବାକୁ ଥିଲା ।

Leave A Reply

Your email address will not be published.