୨୧ ରୁ ୩୦ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଶୀତକାଳୀନ ଅଧିବେଶନରେ ମୋଟ୍‌‌ ୩୦ଟି କାର୍ଯ୍ୟ ଦିବସ ରହିଛି। ତେବେ ଏହା ପୂର୍ବରୁ ଚଳିତମାସ ୨୦ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଚଳିତ ଅଧିବେଶନ କିଭଳି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ଏ ସଂକ୍ରାନ୍ତରେ ବିଧାନସଭା ପକ୍ଷରୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହିତ ସିପିଆଇଏମକୁ ଅବଗତ କରାଯାଇଛି। ଏହି ଅଧିବେଶନ କାଳରେ ୨୪ଟି ସରକାରୀ କାର୍ଯ୍ୟଦିବସ ରହିଥିବାବେଳେ ୬ଟି ଘରୋଇ ବିଧେୟକ ଓ ସଂକଳ୍ପ ରହିଛି। ଏହି ଅବଧି ମଧ୍ୟରେ ନଭେମ୍ବର ୨୫, ୨୬ ଓ ୨୭ ତାରିଖ ଛୁଟି ରହିଥିବାବେଳେ ଡିସେମ୍ବର ୩, ୯, ୧୦, ୧୭, ୨୩, ୨୪ ଓ ୨୫ରେ ବିଭିନ୍ନ ପର୍ବପର୍ବାଣି ପଡୁଥିବାରୁ ବିଧାନସଭା ଅଧିବେଶନ ବନ୍ଦ ରହିବ ବୋଲି ବିଜ୍ଞପ୍ତିରୁ ଜଣାଯାଇଛି।

Comments are closed.