ଏକା ଥରକେ ୨୨ ମାଓବାଦୀ ସଫା

0

ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ପୃଥକ ଏନକାଉଣ୍ଟରରେ ୨୨ ମାଓବାଦୀ ସଫା । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ଜୋରଦାର ଗୁଳିବିନିମୟ ହୋଇ ପୃଥକ୍‌ ସ୍ଥାନରେ ୨୨ ମାଓବାଦୀଙ୍କ ସହିତ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଅପରେସନ ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।  ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ବଡ଼ ଧରଣର କ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ କରିଥିଲା ପୋଲିସ। ଏବେବି ଗୁଳିବିନିମୟ ଜାରି ରହିଥିବା ବିଜାପୁର ପୋଲିସ ସୂଚନା ଦେଇଛି ।

ସୂଚନା ମୁତାବକ ଗୁରୁବାର ସକାଳେ ସୁରକ୍ଷାକର୍ମୀଙ୍କ ୨ଟି ଟିମ୍ ବିଜାପୁର ଓ ଦାନ୍ତେୱାଡା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲେ । ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ମାଓବାଦୀମାନେ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀମାନେ ଗୁଳି ଚଳାଇଥିଲେ । ଏହି ଗୁଳିବିନିମୟରେ ଗଙ୍ଗାଲୁର ଅଞ୍ଚଳରେ ୧୮ ମାଓବାଦୀ ନିହତ ହୋଇଥିବାବେଳେ କାଙ୍କେରରେ ଆଉ ୪ ମାଓବାଦୀ ନିହତ ହୋଇଛନ୍ତି। ପୋଲିସ ଏନ୍‌କାଉଣ୍ଟରରେ ଏହି ମାଓବାଦୀମାନେ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି।
ବିଜାପୁର ଓ ଦନ୍ତେୱାଡା ସୀମା ନିକଟ ଗଙ୍ଗାଲୁର ଥାନା ଅଞ୍ଚଳରେ ଏକ ମିଳିତ ଟିମ୍‌ ମାଓ ବିରୋଧୀ ଅଭିଯାନରେ ଯାଇଥିଲେ। ଏହି ଅଭିଯାନ ସମୟରେ ଆଜି ସକାଳ ୭ ଟାରୁ ମାଓବାଦୀ ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

 

 

Leave A Reply

Your email address will not be published.