ଭୁବନେଶ୍ବର : ଗୃହରେ ଉଠିଲା ରାଜ୍ୟରେ ମୋବାଇଲ ସେବା ପ୍ରସଙ୍ଗ । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ । ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ରାଜ୍ୟରେ ୨୬୦୩ ଗାଁରେ ନାହିଁ ମୋବାଇଲ ସେବା । ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ବିଧାନସଭାରେ ବିଧାୟକ ରାମେଶ ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ମନ୍ତ୍ରୀ ମହାଲିଙ୍ଗ ।
ମନ୍ତ୍ରୀ ଗୃହରେ ଲିଖିତ ଉତ୍ତରରେ କହିଛନ୍ତି, ରାଜ୍ୟରେ ଅଦ୍ୟାବଧି ମୋଟ୍ ୫୧୧୭୬ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ମୋବାଇଲ ସେବା ଉପଲବ୍ଧ ନାହିଁ । ଭାରତ ସରକାରଙ୍କ ଡିଜିଟାଲ ଭାରତନିଧ୍ (DBN) ପ୍ରକଳ୍ପ ମାଧ୍ୟମରେ ଓ ରାଜ୍ୟ ସରକାରଙ୍କ ସହଯୋଗରେ, ରାଜ୍ୟର ସମସ୍ତ ଗ୍ରାମକୁ ମୋବାଇଲ ସେବା ଯୋଗାଇଦେବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ପ୍ରସ୍ତାବ ଅଛି । ତନ୍ମଧ୍ୟରୁ ୨୫୭୨ଟି ଟାୱାର କାର୍ଯ୍ୟକ୍ଷମ ହୋଇସାରିଛି । ଜୁନ୍ ୨୦୨୫ ସୁଦ୍ଧା ଅନ୍ୟ ସମସ୍ତ ଟାୱାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
Comments are closed.