ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣ ପ୍ରକ୍ରିୟାରେ ସରକାର ଙ୍କ ବଡ଼ ପଦକ୍ଷେପ । ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାରଙ୍କ ଅଗ୍ରାଧିକାର ବଳରେ ଆଜି ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରି କଲେଜଗୁଡ଼ିକରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ I ଏଥିପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଖାଲି ଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ପଦକ୍ଷେପ ନେଇଛନ୍ତି । ନିକଟରେ ୩୩୪ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ଆଜି ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ।
ନିଯୁକ୍ତି ପାଇବାକୁଥିବା ୨୭୪ ଅଧ୍ୟାପକ ରାଜନୀତି ବିଜ୍ଞାନ, ଇଂରାଜୀ ଓ ଗଣିତ ବିଭାଗରେ ଅଧ୍ୟାପକ ରହିଛନ୍ତି। ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆଜି ଅପରାହ୍ଣ ୫.୩୦ରେ ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗ୍ଦର୍ଶନ ଦେବେ।
Comments are closed.