28 ଦାଦନ ଉଦ୍ଧାର, ମହିଳା ଦଲାଲ ଅଟକ ଓଡ଼ିଶାଜିଲ୍ଲା By Samaya Live On Mar 15, 2020 Share ସମୟ ଲାଇଭ,୧୫/୩(ଉମା କଲ୍ୟାଣ ମହାପାତ୍ର ): ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଗ୍ରାମାଞ୍ଚଳ ପୋଲିସ | ଏଥିରେ ସମ୍ପୃକ୍ତ ଜଣେ ମହିଳା ଦଲାଲକୁ ଅଟକ ରଖିଛି ପୋଲିସ | ରାଜ୍ୟ ବାହାରକୁ ଯିବା ପୂର୍ବରୁ ମହିଳା ଦଲାଲ ସହ ଆଦିବାସୀ ନାବାଳିକା ଓ ଅନ୍ୟ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲା ପୋଲିସ । ଭଦ୍ରକ ଗ୍ରାମଞ୍ଚଳ ଥାନା ଅଞ୍ଚଳ ର ଜିତାନଗା ଗାଁ ନିକଟ ରେ ଏକ ଘରେ ବହୁସଂଖ୍ୟାରେ ରେ ଆଦିବାସୀ ନାବାଳିକା ଏକାଠି ହୋଇ ରାଜ୍ୟ ବାହାର କୁ ଯିବା ନେଇ ସୂଚନା ପାଇଥିଲା ପୋଲିସ । ପରେ ସେହି ଘରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବିଳମ୍ବିତ ରାତି ରେ ଚଢ଼ାଉ କରିଥିଲା । ଘର ଭିତରେ 17 ଆଦିବାସୀ ନାବାଳିକା ଓ 10 ଜଣ ରୁ ଅଧିକ ନାବାଳକ କୁ ଉଦ୍ଧାର କରିଛି ପୋଲିସ । ତେବେ ଘର ମାଲିକ ଗୌରୀପ୍ରଭା ପତି ସମସ୍ତ ଙ୍କୁ ଆନ୍ଧ୍ରପ୍ରଦେଶ ନେଇ ଘରୋଇ କମ୍ପାନୀ କୁ କାର୍ଯ୍ୟ କରାଇଥାନ୍ତେ ବୋଲି ସୂଚନା ମିଳିଛି । ଉଦ୍ଧାରମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ନାବାଳିକା ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ବୋଲି ସୂଚନା ମିଳିଛି । ମହିଳା ଦଲାଲ ଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । Share
Comments are closed.