ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତାଙ୍କ ଘରେ ଇଡି କଲା ଚଢ଼ାଇ: ଶୌଚାଳୟ ଗୃହରୁ ମିଳିଲା ୨୯ କୋଟି ଟଙ୍କା

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବେଲଘରିଆ ସ୍ଥିତ ଅନ୍ୟ ଏକ ପ୍ଲାଟ୍‌ରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ହଠାତ୍‌ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଅର୍ପିତାଙ୍କୁ ଘରୁ ୨୯ ନଗଦ ଟଙ୍କା ଓ ୫ କିଲୋଗ୍ରାମର ସୁନା ଜବତ କରାଯାଇଛି । ବିଶେଷ କଥା ହେଲେ ଜବତ ହୋଇଥିବା ନଗଦ ଟଙ୍କା ସବୁ ଏକ ଶୌଚାଳୟ ଗୃହରୁ ମିଳିଥିଲା । ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ କୋଲକାତାର ଆଖପାଖ ୩ଟି ଅଞ୍ଚଳରେ ଇଡି ଚଢ଼ାଉ କରିଥିବା ସୂଚନା ମିଳିଛି ।

ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତାଙ୍କ ଘରେ ଇଡି କଲା ଚଢ଼ାଇ: ଶୌଚାଳୟ ଗୃହରୁ ମିଳିଲା ୨୯ କୋଟି ଟଙ୍କା

ତେବେ ଏତେ ସଂଖ୍ୟାରେ ନଗଦ ଟଙ୍କା ମିଳିଥିବାରୁ ଇଡି ଅଧିକାରୀମାନେ ରାତି ସାରା ଅନିଦ୍ରା ହୋଇ ଟଙ୍କା ଗଣିଥିଲେ । ଏଥିପାଇଁ ପାଖାପାଖି ୧୦ ଘଣ୍ଟା ସମୟ ଲାଗିବା ସହ ଟଙ୍କା ଗଣା ମେସିନ ମଧ୍ୟ ବ୍ୟବହାର କରାଯାଇଥିଲା । ଟଙ୍କାର ଗଣତି ପରେ ଏହାକୁ ଟ୍ରକ୍‌ ମାଧ୍ୟମରେ ନିଆଯାଇଥିବା ସୂଚନା ମିଳିଛି ।

ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତାଙ୍କ ଘରେ ଇଡି କଲା ଚଢ଼ାଇ: ଶୌଚାଳୟ ଗୃହରୁ ମିଳିଲା ୨୯ କୋଟି ଟଙ୍କା

ସୂଚନା ଥାଉଯେ, ୫ ଦିନ ପୂର୍ବରୁ ଇଡି ଅର୍ପିତାଙ୍କ ଫ୍ଲାଟ୍‌ରେ ଚଢ଼ାଉ କରି ନଗଦ ୨୧ କୋଟି ଟଙ୍କା ଓ ବହୁ ମୂଲ୍ୟବାନ ସାମଗ୍ରୀ ଜବତ କରିଥିଲା । ଗତ ଜୁଲାଇ୨୩ରେ ଇଡି ଅର୍ପିତାଙ୍କୁ ଗିରଫ କରିଥିଲା । ଉଭୟ ପାର୍ଥ ଚାଟାର୍ଜୀ ଓ ଅର୍ପିତ ମୁଖାର୍ଜୀଙ୍କୁ ଗିରଫ କରି ଇଡି ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ଅର୍ପିତାଙ୍କ ପାଖରୁ ମିଳିଥିଲା କଳା ଡାଏରୀ ମିଳିଥିଲା । ଯେଉଁଥିରେ ଟଙ୍କା ସମ୍ପର୍କରେ ବଡ଼ ତଥ୍ୟ ବିଷୟରେ ଉଲ୍ଲେଖ ରହିଛି । କେଉଁଠି କେତେ ଟଙ୍କା ବିନିଯୋଗ ହୋଇଛି ଓ କ୍ୟାସ୍‌ କେଉଁଠି ଲୁଚା ଯାଇଛି ସେ କଥା ଅର୍ପିତା ଡାଏରୀରେ ଲେଖିଥିଲେ ।

Comments are closed.