ପୋର୍ଟ ଅଫ୍ ସ୍ପେନ୍ : ସ୍ପିନର ଅକ୍ଷର ପଟେଲଙ୍କ ଦମ୍ଦାର ଅର୍ଦ୍ଧଶତକୀୟ ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ଘରୋଇ େୱଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଆଗୁଆ ୨-୦ରେ ପକେଟସ୍ଥ କରିଦେଇଛି । ପୋର୍ଟ ଅଫ୍ ସ୍ପେନ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ େୱଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ର ବଡ଼ ସ୍କୋର କରିଥିଲା । ଜବାବରେ ଭାରତ ୪୯.୪ ଓଭରରେ ୩୧୨/୮ ରନ କରି ଦ୍ୱିତୀୟ ୱିକେଟ୍ରେ ବିଜୟୀ ହୋଇଥିଲା । ଏକ ୱିକେଟ୍ ସାଙ୍ଗକୁ ୩୫ ବଲ୍ରୁ ଅପରାଜିତ ୬୪ ରନ୍ ସଂଗ୍ରହ କରିଥିବା ଅକ୍ଷର ପଟେଲଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ କରାଯାଇଥିଲା ।
ଟସ୍ ଜିତି ଇଣ୍ଡିଜ୍ ଅଧିନାୟକ ନିକୋଲାସ ପୁରନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପୋର୍ଟ ଅଫ୍ ସ୍ପେନ୍ର ବ୍ୟାଟିଂ ଫ୍ରେଣ୍ଡଲି ୱିକେଟ୍ରେ ପୁରନ୍ଙ୍କ ଆଗୁଆ ବ୍ୟାଟିଂ ନିଷ୍ପତ୍ତି ଉଚିତ ସାବ୍ୟସ୍ତ ହୋଇଥିଲା । ସାଇ ହୋପ୍ଙ୍କ ସହ କାଏଲ ମେୟର୍ସ ପ୍ରଥମ ୱିକେଟ୍ ପାଇଁ ୯.୧ ଓଭରରେ ୬୫ ରନ ସଂଗ୍ରହ କରିଥିଲେ । ମେୟର୍ସ ୨୩ ବଲ୍ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୯ ରନ୍ କରିଥିଲେ । ହୁଦା ନିଜ ଫଲୋ ଥ୍ରୋରେ କ୍ୟାଚ୍ ଧରି ମେୟର୍ସଙ୍କୁ ପାଭିଲିୟନ୍ ପଠାଇଥିଲେ । ନଂ.୩ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସାମରା ବ୍ରୁକ୍ସ ୩୬ ବଲରୁ ୩୫ ରନ୍ କରିଥିଲେ । ବ୍ରାଣ୍ଡନ୍ କିିଂ ବିନା ସ୍କୋରରେ ଆଉଟ୍ ହେବାରୁ ଭଲ ଆରମ୍ଭ ସତ୍ତେ୍ୱ ଇଣ୍ଡିଜ୍ ବ୍ୟାକ୍ଫୁଟ୍କୁ ଚାଲିଯାଇଥିଲା । କି;ୁ ଓପନର ସାଇ ହୋପ୍ ଓ ଅଧିନାୟକ ନିକୋଲାସ ପୁରନ ଦଳର ବ୍ୟାଟିଂ ମଙ୍ଗ ଧରିଥିଲେ । ନିକୋଲାସ ୭୭ ବଲ୍ରୁ ଗୋଟିଏ ଚୌକା ଓ ୬ ଛକା ସହାୟତାରେ ୭୪ ରନ୍ କରିଥିଲେ । ପୁରନ୍ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୨୪୭ରେ ପହଞ୍ଚିଥିଲା । ସାଇ ହୋପ୍ ଶତକୀୟ ଇନିଂସ ଖେଳିଥିଲେ । ରୋଭମ୍ୟାନ୍ ପାେୱଲ ୧୩ ରନ୍ କରିଥିଲେ । ହୋପ୍ ୧୩୫ ବଲ୍ରୁ ୮ଟି ଚୌକା ଓ ୩ଟି ଛକା ସହାୟତାରେ ୧୧୫ ରନ୍ କରି ସାର୍ଦ୍ଦୁଲ ଠାକୁରଙ୍କ ଶିକାର ହୋଇଥିଲେ । ରୋମାରିଓ ସେଫର୍ଡ ୧୧ ବଲ୍ରୁ ୧୫ ଓ ଆକେଲେ ହୋସେନ୍ ୪ ବଲ୍ରୁ ୬ ରନ୍ କରି ଦଳୀୟ ସ୍କୋରକୁ ୩୧୧/୬ ରନ୍ରେ ପହଞ୍ଚାଇଥିଲେ ।
ଅନ୍ତର୍ଜାତୀୟ ଡେବୁ୍ୟ କରିଥିବା ଭାରତୀୟ ଦ୍ରୁତ ବୋଲର ଆଭେସ୍ ଖାନ୍ ବେସ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୬ ଓଭରରେ ୫୪ ରନ ବ୍ୟୟ କରିଥିଲେ । ଶାଣୀତ ବୋଲିଂ ସତ୍ତେ୍ୱ ମହମ୍ମଦ ସିରାଜ ଆଦୌ ୱିକେଟ୍ ସଫଳତା ହାସଲ କରିପାରିନଥିଲେ । ସାର୍ଦ୍ଦୁଲ ଠାକୁର ୩ଟି, ଦୀପକ ହୁଦା, ଅକ୍ଷର ପଟେଲ ଓ ୟୁଜଭେନ୍ଦ୍ର ଚହଲ ପ୍ରତ୍ୟେକ ଗୋଟିଏ କରି ୱିକେଟ୍ ସଫଳତା ପାଇଥିଲେ ।
୩୧୨ ରନ୍ର ବିଜୟଲକ୍ଷ୍ୟକୁ ପିଛା କରିଥିଲା ଭାରତ । ଅଧିନାୟକ ଶିଖର ଧାୱନ ସହ ଶୁଭମନ ଗିଲ ପାଳି ଆରମ୍ଭ କରିଥିଲେ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୧ ଓଭରରେ ୪୮ ରନ୍ ସଂଗ୍ରହ କରିଥିଲେ । ଅତ୍ୟନ୍ତ ଧିମା ବ୍ୟାଟିଂ ଯୋଗୁଁ ମଧ୍ୟମକ୍ରମ ଓ ଶେଷ ଭାଗ ଖେଳାଳିଙ୍କ ଉପରେ ଚାପ ପଡ଼ିଥିଲା । ଏପରିକି ଶେଷ ୧୦ ଓଭରରେ ଭାରତୀୟ ବ୍ୟାଟର ଦ୍ରୁତ ୧୦୦ ରନ୍ ସଂଗ୍ରହ କରିବାରୁ ଟିମ୍ ଇଣ୍ଡିଆ ଦୁଇ ବଲ୍ ପୂର୍ବରୁ ଲକ୍ଷ୍ୟ ସ୍ଥାଳରେ ପହଞ୍ଚିଥିଲା । ଏହି ଶୃଙ୍ଖଳା ବିଜୟ ସହ ଅଧିନାୟକ ଶିଖର ଧାୱନ ଚୟନକର୍ତ୍ତାଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଧାୱନ ଅତ୍ୟନ୍ତ ଧିମା ଖେଳି ୩୧ ବଲ୍ରୁ ୧୩ ରନ୍ ସଂଗ୍ରହ କରିଥିଲେ ।
ସେହିଭଳି ଶୁଭମନ ଗିଲ ୪୯ ବଲ୍ରୁ ୪୩ ରନ୍ କରିଥିଲେ । ଶ୍ରେୟାସ ଆୟର ମଧ୍ୟ ବିସ୍ପୋରକ ଖେଳିପାରିନଥିଲେ । ସେ ୭୧ ବଲ୍ରୁ ୬୩ ରନ୍ କରିଥିଲେ । ସୂର୍ଯ୍ୟକୁମାର ଯାଦବ ମାତ୍ର ୯ ରନ୍ କରି ପାଭିଲିୟନ୍ ଫେରିଥିବା ବେଳେ ୱିକେଟ୍କିପର ସଞ୍ଜୁ ସାମସନଙ୍କ ୫୪ ରନ୍ର ଇନିଂସ ଟିମ୍ ଇଣ୍ଡିଆ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ଅଲ୍ରାଉଣ୍ଡର ଦୀପକ ହୁଦା ୩୬ ବଲ୍ରୁ ୩୩ ରନ୍ କରିଥିଲେ । ତେବେ ଅକ୍ଷର ପଟେଲଙ୍କ ବିସ୍ପୋରକ ଇନିଂସ େୱଷ୍ଟଇଣ୍ଡିଜ୍ର ବିଜୟ ଆଶାକୁ ପାଣିଚିଆ କରିଦେଇଥିଲା । ଅକ୍ଷର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୩୫ ବଲରୁ ୩ଟି ଚୌକା ଓ ୫ଟି ଛକା ସହାୟତାରେ ୬୪ ରନ୍ କରିଥିଲେ । ତାଙ୍କର ଏହି ଇନିଂସ ଯୋଗୁଁ ମ୍ୟାଚ୍ର ଫଳାଫଳ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ନବାଗତ ଦ୍ରୁତ ବୋଲର ଆଭେସ ଖାନ୍ ୧୨ ବଲରୁ ୧୦ ରନ୍ କରିଥିଲେ । ତେଣୁ ଟିମ୍ ଇଣ୍ଡିଆ ୪୯.୪ ଓଭରରେ ୩୧୨/୮ ରନ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ବୋଲିଂରେ େୱଷ୍ଟଇଣ୍ଡିଜ୍ର ଅଲ୍ଜାରୀ ଜୋସେଫ ଓ କାଏଲ ମେୟର୍ସ ଦୁଇଟି ଲେଖାଏଁ, ଜୟଦୀନ ସିá, ରୋମାରିଓ ସେଫର୍ଡ ଓ ଅକିଲା ହୁସେନ୍ ଗୋଟିଏ କରି ୱିକେଟ୍ ସଫଳତା ହାସଲ କରିଥିଲେ ।
ତେଣୁ ଉଭୟ ଦଳ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଗାମୀ ୨୭ ତାରିଖରେ ପୋର୍ଟ ଅଫ୍ ସ୍ପେନ୍ରେ ଖେଳାଯିବ । ଦିନିକିଆ ଶୃଙ୍ଖଳା ଶେଷ ହେବା ପରେ ଆଗାମୀ ୨୯ ତାରିଖରୁ ଉଭୟ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହେବ ।
Comments are closed.