୨ୟ ଥର ଇଡି ହାଜର ହେଲେ ଶିବପ୍ରସାଦ

ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ ବଡ଼ ବଡ଼ିଆଙ୍କୁ ଘାଣ୍ଟୁଛି ଇଡି I ୨ୟ ଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେଲେ ହୋଟେଲ ବ୍ୟବସାୟୀ ଶିବପ୍ରସାଦ I ସେ ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅଶୋକ ନଗର ସ୍ଥିତ ତାଜ ଓଡିଶା ହୋଟେଲ ମାଲିକ ଶିବ ପ୍ରସାଦ ଦାସ I

ଆଜି ସକାଳ ସାଢେ ୯ଟା ସମୟରେ ଶିବ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି । ତେବେ ଅର୍ଥନୈତିକ କାରବାର ନେଇ ଇଡି ସନ୍ଦେହ କରୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ହୋଟେଲ ବ୍ୟବସାୟୀ ଶିବପ୍ରସାଦ । ଇଡିରେ ହାଜର ହେବା ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି,ଅର୍ଚ୍ଚନା ସହ ସେ କୌଣସି ଆର୍ଥିକ କାରବାର କରି ନାହାନ୍ତି। ହୋଟେଲ ତାଜ ଓଡିଶାକୁ ୨୦୧୯ମସିହାରୁ ଅର୍ଚ୍ଚନା, ବାରମ୍ବାର ଆସୁଥିଲେ। ମୋ ହୋଟେଲକୁ କେତେ ଲୋକ ଆସୁଛନ୍ତି, ଅର୍ଚ୍ଚନା ବି ଆସି ଥାଇପାରନ୍ତି । ମୋ ହୋଟେଲରେ କୌଣସି ଡିଲ୍ ହୋଇନି । ମୁଁ ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରକୁ ଜାଣିନି । ଯେହେତୁ ଅର୍ଚ୍ଚନା ତାଙ୍କ ହୋଟେଲକୁ ଯାଉଥିଲେ ସେଥିପାଇଁ ଇଡି ଡାକିଛି।

କିନ୍ତୁ ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ,ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଟଙ୍କା କାରବାର ହୋଇଛି । ତେଣୁ କାହିଁକି ଟଙ୍କା କାରବାର ହୋଇଛି ସେନେଇ ଶିବ ଙ୍କୁ ଦ୍ୱିତୀୟ ଥର ପାଇଁ ଡକାଯାଇଛି । ପୂର୍ବରୁ ସେ ଥରେ ଇଡି ଅଫିସରେ ହାଜର ହୋଇଥିବା ବେଳେ ତାଙ୍କୁ ୧୨ ଘଣ୍ଟା ଜେରା କରାଯାଇଥିଲା । ଏଥିସହିତ ଶିବ ପ୍ରସାଦ ଆଜି ମଧ୍ୟ ଇଡି ଅଫିସରେ ହାଜର ହୋଇଛନ୍ତି ।

Comments are closed.