ଭୁବନେଶ୍ୱର : ଆଜି ଅପରାହ୍ନରେ ବାହାରିବ +୨ ପରୀକ୍ଷା ଫଳ । ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା । ୧୬ ଏପ୍ରିଲରୁ ଆରମ୍ଭ ହୋଇଥିଲା ଯୁକ୍ତ ୩ ଆବେଦନ । ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଯେ ପର୍ଯ୍ୟନ୍ତ ଯୁକ୍ତ ୨ ରେଜଲ୍ଟ ବାହାରି ନାହିଁ ସେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ମଙ୍ଗଳବାର ସୁଦ୍ଧା ୯୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।
ଗତବର୍ଷ ଆଡ଼ମିଶନ ପ୍ରକ୍ରିୟା ଶେଷ କରିବାକୁ ଡିସେମ୍ବର ହୋଇଯାଇଥିଲା । ତେଣୁ ଏଥର ଶୀଘ୍ର ନାମଲେଖା କରି ଜୁନ୍ରେ ସିଟ୍ ଆଲୋକେଶନ ଏବଂ ଜୁଲାଇ ୧୫ରୁ ପାଠପଢ଼ା ଆରମ୍ଭ ହେବ । ସେଥିପାଇଁ ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । କଲେଜ୍ ଇଲେକ୍ସନ୍ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ଏଣୁ ସଠିକ୍ ସମୟରେ ସବୁ ଶେଷ କରିବାକୁ ହେଲେ ପ୍ରକ୍ରିୟାକୁ ତ୍ୱରିତ କରିବାକୁ ପଡ଼ିବ ।