୩ କୋଟିର ନିର୍ଜନ ଘର

ଘର କିଣିବା ସମୟରେ ଲୋକମାନେ ବହୁ ଜିନିଷ ଉପରେ ଧ୍ୟାନ ଦେଇଥାନ୍ତି । ଆଖପାଖରେ ବଜାର, ହସ୍ପିଟାଲ, ସ୍କୁଲ ତଥା ସମସ୍ତ ଆବଶ୍ୟକୀୟ ଜିନିଷ ମିଳୁଛି କି ନା ଏଥିପ୍ରତି ସମସ୍ତେ ବିଶେଷ ଧ୍ୟାନ ଦେଇଥାନ୍ତି । କିନ୍ତୁ ଆପଣ ଯଦି ସାରା ଦୁନିଆଠୁ ଅଲଗା ହୋଇ ରହିବାକୁ ଚାହୁଁଛନ୍ତି ତେବେ ଏପରି ଏକ ଘର ଆପଣଙ୍କୁ ବ୍ରିଟେନରେ ମିଳିଯିବ । ୟାର୍କଶାୟାର କଟେଜ୍‌ ନାମରେ ପ୍ରସିଦ୍ଧ ଏହି ଘରେ ତିନିଗୋଟି ବେଡରୁମ୍‌ ରହିଛି ।

୩ କୋଟିର ନିର୍ଜନ ଘର

ତେବେ ଏହି ଘର ଏହାର ଲୁକ୍ସ ପାଇଁ ନୁହେଁ ବରଂ ଯେଉଁ ସ୍ଥାନରେ ତିଆରି ହୋଇଛି ସେହି କାରଣରୁ ଚର୍ଚ୍ଚାରେ ରହିଛି । ତେବେ ଏହା ବ୍ରିଟେନର ସବୁଠାରୁ ଏକୁଟିଆ ଘର ଓ ଏହି ଘରେ ପହଞ୍ଚିବା ପାଇଁ ଜଣେ ବ୍ୟକ୍ତିକୁ ୨୦ ମିନିଟ୍‌ର ବାଟ ପାଦରେ ଚାଲିବାକୁ ପଡିବ । ଘରର ପାର୍କିଂ ଅଞ୍ଚଳ ମଧ୍ୟ ଘର ଠାରୁ ୨୦ ମିନିଟ୍‌ର ବାଟ । ଏଠାରେ ଗାଡି ପହଞ୍ଚିବା ପରେ ଆପଣଙ୍କୁ ଗାଡିରୁ ଓହ୍ଲାଇ ଖାଲ ଢିପ ରାସ୍ତାରେ ୨୦ ମିନିଟ୍‌ ଚାଲିବାକୁ ପଡିବ । ଏହି ରିମୋଟ୍‌ ଘରର ମୂଲ୍ୟ ୩ କୋଟି ରଖାଯାଇଛି ।

୩ କୋଟିର ନିର୍ଜନ ଘର

ପୂର୍ବରୁ ଏହି ଘରେ ରେଲେୱ କର୍ମଚାରୀ ରହୁଥିଲେ । କିନ୍ତୁ ଏବେ ଏହି ଘରକୁ ବିକ୍ରୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଜନଗହଳି ସ୍ଥାନରୁ ଦୂରରେ ଏକଲା ରହିବାକୁ ଚାହୁଁଛନ୍ତି ସେମାନେ ଏହି ଘର କିଣି ପାରିବେ । ଆଜି ବି ଏହି ଘର ରେଳ ନେଟୱାର୍କ ଦ୍ୱାରା କଣ୍ଟ୍ରୋଲ କରାଯାଉଛି । ଘରର ଦାମ୍‌ ୩ କୋଟି ରହିଥିବା ବେଳେ ଆଜି ବି ଏଠାକୁ ଯିବାକୁ ରାସ୍ତା ତିଆରି ହୋଇପାରି ନାହିଁ । ଏବେ ଏହି ଘର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

Har Ghar Tiranga